ନୂଆଦିଲ୍ଲୀ, ୧୪/୦୭ : ଇର୍ଷା ହେଉକି ଏକ ତରଫା ପ୍ରେମ... ମଣିଷ ଥରେ ଯାହା ପଛରେ ପଡ଼ିଯାଏ, ପ୍ରତିଶୋଧ ନନେଲା ଯାଏଁ ତାର ପିଛା ଛାଡ଼େନି। ତଳିତଳାନ୍ତ କଲା ଯାଏଁ ତା ପଛରେ ପଡ଼ିଥାଏ। ଏ ହେଉଛି ମଣିଷର ପ୍ରବୃତ୍ତି। ହେଲେ ଥରେ ଭାବନ୍ତୁ... ଯଦି ଏକ ପଶୁ ମନରେ ଏମିତି ପ୍ରବୃତ୍ତି ଜାତ ହେବ, ତାହେଲେ ଏହାର ପରିଣାମ କେତେ ଭୟଙ୍କର ହେବ ? 

ଆମେ ଆଜି ଏଭଳି ଏକ ହିଂସ୍ର ହାତୀ ବିଷୟରେ କହିବାକୁ ଯାଉଛୁ। ଯିଏକି ଏକ ପରିବାରକୁ ଶେଷ କରି ତାର ପ୍ରତିଶୋଧ ନେଇଛି। ଏହି ଘଟଣାଟି ହେଉଛି ନେପାଳର। ହାତୀଟି ଦୀର୍ଘ ୧୪ ବର୍ଷ ଧରି ଏହି ପରିବାର ପଛରେ ପଡ଼ିଛି। ଜଣ ଜଣ କରି ୪ ଜଣ ଲୋକଙ୍କୁ ହତ୍ୟା କରିଛି। ଏପରିକି ଦନ୍ତା ଭୟରେ ଉକ୍ତ ପରିବାର ଲୋକ ନିଜ ଠିକଣା ବଦଳାଇ ଦେଇଥିଲେ। ହାତୀର ରେଞ୍ଜ୍ ଏରିଆରୁ ବାହାରି ଅନ୍ୟତ୍ର ଯାଇ ବାସ କରୁଥିଲେ। ଭାବୁଥିଲେ ସେମାନେ ହାତୀ କବଳରୁ ବଞ୍ଚିଯିବେ। ଏତେ ଦୂରକୁ ସେ ଆସିପାରିବନି। ହେଲେ ହିଂସ୍ର ହାତୀଟି ଖୋଜିଖୋଜି ଏହି ପରିବାର ନିକଟରେ ପହଞ୍ଚିଥିଲା। ବାକି ରହିଥିବା ସଦସ୍ୟଙ୍କୁ ବି ହତ୍ୟା କରିଥିଲା। 

ନେପାଳର ଚିତବନ ଜାତୀୟ ଉଦ୍ୟାନର ଧୁରବେ ନାମକ ଏକ ହାତୀ ମାଡି ସହରରେ ରହୁଥିବା ଶନିଚରା ବୋତେ ନାମକ ଜଣେ ବ୍ୟକ୍ତିଙ୍କ ବାପା-ମାଆଙ୍କୁ ଦଳି ଦେଇଥିଲା। ଏହି ଘଟଣା ପରେ ଶନିଚରା ତାଙ୍କ ପରିବାରକୁ ଧରି ରାପ୍ତି ନଦୀ ପାର କରି ଅନ୍ୟ ଏକ ଗାଁରେ ରହୁଥିଲେ। ସେ ଭାବୁଥିଲେ ଏବେ ତାଙ୍କ ପରିବାର ସୁରକ୍ଷିତ ଅଛି ଏବଂ କୌଣସି ଅଘଟଣ ଘଟିବ ନାହିଁ। ହେଲେ ଧୁରବ ହାତୀ ସେମାନଙ୍କୁ ଖୋଜି ଖୋଜି ଉକ୍ତ ଗାଁରେ ପହଞ୍ଚି ଯାଇଥିଲା। ଶନିଚରାଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଏବଂ ୪ ବର୍ଷର ପୁଅକୁ ଦଳି ମାରି ଦେଇଥିଲା। ଚିତବନ୍ ଜାତୀୟ ଉଦ୍ୟାନ ଅଧିକାରୀମାନେ କହିଛନ୍ତି ଯେ, ୨୦୧୦ ମସିହାରୁ ଏହି ହାତୀ ଦ୍ୱାରା ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଧୁରବେର ଏକ ୱିକିପିଡିଆ ପୃଷ୍ଠା ମଧ୍ୟ ଅଛି। ଯେଉଁଥିରେ ହାତୀ ବିଷୟରେ ସବୁକିଛି ତଥ୍ୟ ରହିଛି।.. 

ଆହୁରି ପଢନ୍ତୁ- Pak-Afghan policy: ଭାରତର କୁଟନୀତି ଆଗରେ ଫେଲ୍ ମାରିଲା ପାକିସ୍ତାନର ଷଡଯନ୍ତ୍ର, ଫ୍ଲପ୍ ହେଲା ତାଲିବାନୀ ପଲିସି

From Struggle to Success: Actor Rajesh Sharma's Life Story | ରାଜେଶ ଶର୍ମାଙ୍କ ସଫଳତା ପଛର ସଂଘର୍ଷ କାହାଣୀ