ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଭ୍ଲାଦିମିର ପୁଟିନଙ୍କୁ ଲଗାତାର ଝଟକା ମିଳୁଛି। ଅନେକ ରିପୋର୍ଟ ଅନୁସାରେ , ରୁଷୀୟ ସେନା ୟୁକ୍ରେନରେ ଗତ କିଛି ମାସ ହେବ ପଛେଇ ଯାଇଛନ୍ତି। ଏହି ମଧ୍ୟରେ ଏମିତି ସୂଚନା ସାମନାକୁ ଆସିଛି କି, ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌, ପୁଟିନଙ୍କ ସହ ନିଜର ବନ୍ଧୁତା ସୂତ୍ରରେ ରୁଷୀୟ ସେନାକୁ ସାହାଯ୍ୟ କରିବାକୁ ପାଖାପାଖି ୧ ଲକ୍ଷ ସୈନିକ ପଠାଇ ପାରନ୍ତି। 

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ , ଦକ୍ଷିଣ କୋରିଆରେ ୟୁକ୍ରେନର ରାଷ୍ଟ୍ରଦୂତ ଦିମିତ୍ରୀ ପୋନୋମାରେଙ୍କୋ ମଧ୍ୟ ଏହିପରି ଚିନ୍ତା ବ୍ୟକ୍ତ କରି ଅନୁମାନ ଲଗେଇ ଥିଲେ ଯେ , ପ୍ରାରମ୍ଭିକ ଭାବେ ୧୫୦୦୦ ଉତ୍ତର କୋରିଆ ସୈନିକ ରୁଷ୍‌ର କୁର୍ସ୍କ କ୍ଷେତ୍ର ଓ ପୂର୍ବ ୟୁକ୍ରେନର କବଜାରେ ଥିବା କ୍ଷେତ୍ରରେ ମୁତୟନ କରାଯାଇ ପାରେ। କିଛି ମାତ୍ର ଅନ୍ତରରେ ମୁତୟନ କରାଯିବ। 

କିଭ୍‌ ନିଜର ସହଯୋଗୀଙ୍କୁ ଚେତାବନୀ ଦେଇଛି କି, ଉତ୍ତର କୋରିଆ ଠାରୁ ଦୀର୍ଘ ଦିନ ଯାଏ ସହାୟତା ମିଳିବାରେ ଉତ୍ତେଜନା ଆହୁରି ବୃଦ୍ଧି ପାଇପାରେ , କାରଣ ୧୦,୦୦୦ ଏସିଆନ୍‌ ସୈନିକ ପୂର୍ବରୁ ହିଁ ରୁଷୀୟ କ୍ଷେତ୍ର କୁର୍ସ୍କରେ ୟୁକ୍ରେନୀ ସେନାର ସାମ୍ନା କରୁଛନ୍ତି। ସେନା ସହାୟତାର ବଦଳରେ , ଉତ୍ତର କୋରିଆ କଥିତ ଭାବେ ମହତ୍ତ୍ୱପୂର୍ଣ୍ଣ ପରମାଣୁ ଅସ୍ତ୍ରାଗାର ବିକଶିତ କରିବାକୁ ରୁଷ୍‌କୁ ଚେକ୍ନିକାଲ ସହାୟତା ମାଗୁଛି। ଏହି ମଧ୍ୟରେ , ମସ୍କୋ ସପ୍ତାହାନ୍ତରେ ଦେଶର ଏନର୍ଜି ଇନଫ୍ରାଷ୍ଟ୍ରକଚରକୁ ଟାର୍ଗେଟ୍‌ କରି ବଡ଼ ସ୍ତରରେ ଏୟାର ଷ୍ଟ୍ରାଇକ୍‌  କରିଥିଲା।

ଏହି ଘଟଣାକ୍ରମ ୟୁକ୍ରେନର ସହଯୋଗୀଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି। ଯେଉଁମାନେ ଉତ୍ତର କୋରିଆର ସମ୍ଭାବିତ ସଂପୃକ୍ତିକୁ  ସଂଘର୍ଷରେ ଏକ ବଡ଼ ବୃଦ୍ଧି ଭାବେ ଦେଖୁଛନ୍ତି। ଯଦି ଉତ୍ତର କୋରିଆ ବଡ଼ ସ୍ତରରେ ନିଜ ସୈନିକଙ୍କୁ ରୁଷ୍‌-ୟୁକ୍ରେନ ଯୁଦ୍ଧ ପାଇଁ ପଠାଏ, ତ ପାଖାପାଖି ୩ ବର୍ଷ ଧରି ଚାଲିଥିବା ଯୁଦ୍ଧ ଉପରେ ଏହାର ପ୍ରଭାବ ପଡ଼ିପାରେ। ପଶ୍ଚିମ ଦେଶଗୁଡ଼ିକର ଚିନ୍ତା କି ମସ୍କୋ ପ୍ୟୋଙ୍ଗୟାଙ୍ଗ ମଧ୍ୟରେ ଘନିଷ୍ଠ ସମ୍ୱନ୍ଧ ଇଣ୍ଡୋ-ପେସିଫିକ୍‌କୁ ଅସ୍ଥିର କରିପାରେ, ଯାହା ପୂର୍ବରୁ ଚୀନ ଆମେରିକାର ବିବାଦରେ ଉତ୍ତେଜନା ପୂର୍ଣ୍ଣ ଅଛି।