ମୁମ୍ୱାଇ,୨୫/୦୧: ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି ଶାହାରୁଖ ଖାନ। ଫିଲ୍ମ 'କିଙ୍ଗ' ରେ ସେ ପୁଣି ରାଜ କରିବାକୁ ଯାଉଛନ୍ତି । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ପ୍ରଥମ ଝଲକ ସହ ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା ।

ନିର୍ମାତା ଏକ ପ୍ରୋମୋ ରିଲିଜ୍ କରିଛନ୍ତି ଯେଉଁଥିରେ ଶାହାରୁଖ ହାଇ-ଅକ୍ଟେନ୍ ଆକ୍ସନ୍ ମୋଡ୍ରେ ନଜର ଆସିଛନ୍ତି । ଏହି ଆକ୍ସନ୍ କିଙ୍ଗ୍ ଭାବରେ ଶାହାରୁଖ ଖାନ ବକ୍ସ ଅଫିସ୍ରେ ଧମାଲ୍ କରିବାକୁ ପ୍ରସ୍ତୁତ । ଏହି ଫିଲ୍ମଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ । ତେବେ ଏହାକୁ ସେୟାର କରି ଶାହାରୁଖ କ୍ୟାପସନରେ ଲେଖିଛନ୍ତି,''କିଙ୍ଗ୍ ୨୪.୧୨.୨୦୨୬ରେ ସିନେମା ହଲରେ ରିଲିଜ ହେବ। ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୪ରେ 'କିଙ୍ଗ' ରିଲିଜ ହେବ । ଶାହାରୁଖ ଖାନ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଆକ୍ସନ୍ ମୋଡ୍ରେ ଦେଖିବାକୁ ମିଳିଛି । ଫିଲ୍ମରେ ଶାହାରୁଖ ଖାନଙ୍କ ସହିତ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଆହୁରି ପଢନ୍ତୁ-‘ବର୍ଡର-୨’ରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ସନ୍ନି ଦେଓଲ କହିଲେ...​​​​​​​

ପ୍ରକାଶ ଥାଉକି, ଶାହାରୁଖ ଖାନ୨୦୨୩ରେ 'ପଠାନ', 'ଜବାନ' ଓ 'ଡଙ୍କି' ସହ ପରଦାରେ ନଜର ଆସିଥିଲେ। ଏହା ପରେ ସେ ୨ ବର୍ଷ ପରେ ପୁଣି ସେ 'କିଙ୍ଗ' ଶହ ଫେରୁଛନ୍ତି । ତେବେ ପ୍ରଥମ ଥର ପାଇଁ, ଝିଅ ସୁହାନା ଖାନଙ୍କ ସହ ସେ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମର ପ୍ରଥମ ଲୁକରେ ସୁହାନାଙ୍କ କୌଣସି ଝଲକ ଦେଖାଯାଇ ନାହିଁ । ସୁହାନା ପୂର୍ବରୁ "ଦି ଆର୍ଚିଜ୍" ରେ ଅଭିନୟ କରିଥିଲେ, ଯାହା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ଏବଂ ଭଲ ବ୍ୟବସାୟ କରିନଥିଲା । ତାଙ୍କ ଝିଅର ଫ୍ଲପ୍ ଓଟିଟି ଡେବ୍ୟୁ ପରେ, ସୁହାନା ଏବେ ତାଙ୍କ ବାପା ଶାହାରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି।