ପ୍ରମୂଖ ଖବର
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବିଭିନ୍ନ ଦାବି ନେଇ ବିକାଶ ଭବନରେ କିନ୍ନରମାନଙ୍କ ଧାରଣା

Published By : Harapriya Sethi | June 23, 2025 2:02 PM

କଟକ, ୨୩/୦୬ : କଟକ ସହରରେ ଦୀର୍ଘ ଦିନ ହେବ ରହି ଆସୁଥିବା କିନ୍ନରମାନଙ୍କୁ ସରକାରୀ ସୁବିଧା ପ୍ରଦାନ କରିବା ଦାବିରେ କଟକ ମହାନଗର ନିଗମର ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି। ବର୍ତ୍ତମାନ ସହରରେ ୩୦୦ରୁ ଅଧିକ କିନ୍ନର ବସବାସ କରୁଛନ୍ତି। ପୂର୍ବରୁ କଟକ ସହରର ବିଭିନ୍ନ ସ୍ଥାନରେ ରହି ଆସୁଥିବା ବେଳେ ସମ୍ପ୍ରସାରଣ ଆଳରେ ସେମାନଙ୍କୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। 

ଏନେଇ କିନ୍ନର ସଙ୍ଘ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କଠାରୁ ମନ୍ତ୍ରୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଦାବିପତ୍ର ଦିଆଯାଇଛି । କିନ୍ତୁ ଆଜି କାଲି କହି ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଏମିତିକି ନୂଆ କମିଶନର ଆସିଲେ ଏ ଉପରେ ପଦକ୍ଷେପ ନେବେ କହି ଚାଲିଛନ୍ତି କର୍ତ୍ତୃପକ୍ଷ। ଏହାପରେ ଆଜି ବାଧ୍ୟ ହୋଇ କିନ୍ନରମାନେ ବିକାଶ ଭବନ ସ୍ଥିତ କମିଶନର ଅନାମ ଚରଣ ପାତ୍ରଙ୍କ କକ୍ଷ ସମ୍ମୁଖରେ ଧାରଣାରେ ବସିଛନ୍ତି । ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶୀତଲ କିନ୍ନର ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.