ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

IOC: ଜିମ୍ବାୱେର କିର୍ଷ୍ଟି କଭେଣ୍ଟ୍ରି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ ନିର୍ବାଚିତ

Published By : Tapas Panda | March 20, 2025 10:26 PM

ନୂଆଦିଲ୍ଲୀ: କିର୍ଷ୍ଟି କଭେଣ୍ଟ୍ରି ଗୁରୁବାର (ମାର୍ଚ୍ଚ ୨୦) ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ସେ IOC ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହେବାର ପ୍ରଥମ ମହିଳା ଏବଂ ପ୍ରଥମ ଆଫ୍ରିକୀୟ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଆଇଓସିର ଦଶମ ଅଧ୍ୟକ୍ଷ ହୋଇଛନ୍ତି । ୪୧ ବର୍ଷୀୟା କିର୍ଷ୍ଟି ସନ୍ତରଣରେ ଦୁଇଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଜିମ୍ବାୱେରେ କ୍ରୀଡ଼ା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । 

ଅଧ୍ୟକ୍ଷ ନିର୍ବାଚିତ ହେବା ପରେ କଭେଣ୍ଟ୍ରି କହିଛନ୍ତି, ‘ଏହା ଏକ ଅସାଧାରଣ ମୁହୂର୍ତ୍ତ।’ ସୂଚନାଯୋଗ୍ୟ, IOCର ସଦସ୍ୟ ହେବା ପୂର୍ବରୁ କଭେଣ୍ଟ୍ରି ଜିମ୍ବାୱେର ଜଣେ ମହାନ ଆଥଲେଟ୍ ଥିଲେ । ଏପର୍ଯ୍ୟନ୍ତ ଦେଶର ଆଠଟି ଅଲିମ୍ପିକ୍ ପଦକ ମଧ୍ୟରୁ ସେ ୭ଟି ଜିତିଛନ୍ତି । ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସେ ୨୦୦ ମିଟର ବ୍ୟାକଷ୍ଟ୍ରୋକରେ ସ୍ୱର୍ଣ୍ଣ ପଦକ ସହିତ ତିନୋଟି ପଦକ ଜିତିଥିଲେ । ଚାରି ବର୍ଷ ପରେ ସେ ସଫଳତାର ସହ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲେ ।

ସାତ ଜଣ ପ୍ରାର୍ଥୀ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରଥମ ପର୍ଯ୍ୟାୟରେ ଚମତ୍କାର ବିଜୟ ପରେ କଭେଣ୍ଟ୍ରିକୁ ଆଇଓସି ଅଧ୍ୟକ୍ଷ ପାଇଁ ମନୋନୀତ କରାଯାଇଛି । ପ୍ରାୟ ୧୦୦ ଜଣ IOC ସଦସ୍ୟ ଭୋଟିଂରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ କଭେଣ୍ଟ୍ରିଙ୍କୁ ସର୍ବାଧିକ ୪୯ ଖଣ୍ଡ ଭୋଟ ମିଳିଛି । 




ଏହା କେବଳ ଏକ ବଡ଼ ସମ୍ମାନ ନୁହେଁ ବରଂ ଏହା ସମସ୍ତଙ୍କ ପ୍ରତି ମୋର ପ୍ରତିବଦ୍ଧତା । ମୂଳ ମୂଲ୍ୟବୋଧ ସହିତ ମୁଁ ଏହି ସଂଗଠନର ନେତୃତ୍ୱ ନେବି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ଗର୍ବିତ କରିବି ଏବଂ ଆଶା କରୁଛି ଯେ ଆପଣମାନେ ଆଜି ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଖୁସି ହେବେ ବୋଲି କହିଛନ୍ତି କିର୍ଷ୍ଟି କଭେଣ୍ଟ୍ରି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.