ନୂଆଦିଲ୍ଲୀ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଚାହିଦା ଏବେ ବଢି ଯାଇଛି। ଆଜିକାଲି ଲୋକେ ଏହାର ବ୍ୟବହାର ନିଜର ଦୈନିକ କାର୍ଯ୍ୟରେ କରୁଛନ୍ତି। ଧିରେ ଧିରେ ଏବେ ଏହାର ବ୍ୟବହାର ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ହେଉଛି। ଭାରତରେ ଆଜି ବି ଏମିତି କିଛି ଚାଷୀ ଅଛନ୍ତି, ଯାହାଙ୍କୁ ଚାଷ ପାଇଁ ଆବଶ୍ୟକୀୟ ସୂଚନା ମିଳି ନଥାଏ। ଚାଷୀଙ୍କୁ ଅନେକ ପ୍ରକାରର ଜରୁରି ସୂଚନା ଶୀଘ୍ର ଓ ସହଜରେ ଦେବା ପାଇଁ ଭାରତ ସରକାର ‘କିଷାନ ଇ-ମିତ୍ର’ ନାମକ ଏକ ନୂଆ ପଦକ୍ଷେପ ଅନୁସାରେ ଏଆଇ ଚାଟ୍ବଟ୍ ପ୍ରଦାନ କରିଛନ୍ତି।
ଏହି ଏଆଇ ଚାଟବଟ୍ର ଉଦ୍ଦେଶ୍ୟ ଚାଷୀ ଓ ସରକାରୀ ଯୋଜନା ଗୁଡ଼ିକ ମଧ୍ୟରେ ଦୂରତାକୁ ହ୍ରାସ କରିବା। ଏହି ଟୁଲ୍ ସୂଚନା ପ୍ରଦାନ କରି ଚାଷୀଙ୍କ କାର୍ଯ୍ୟକୁ ସହଜ କରିଥାଏ। ବିଶେଷକରି ଗ୍ରାମାଞ୍ଚଳର ସେହି କୃଷକଙ୍କ ପାଇଁ , ଯେଉଁମାନେ ବିଳମ୍ୱ ଓ ଭାଷା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଏଆଇ ଚାଟବଟ୍ ବିଷୟରେ ଆସନ୍ତୁ ବିସ୍ତୃତରେ ଜାଣିବା ...
କହି ରଖୁଛୁ କି , ‘କିଷାନ ଇ-ମିତ୍ର’ ଶବ୍ଦ ଉପରେ ଆଧାରିତ ଏଆଇ ଚାଟବଟ୍। ଏହି ଚାଟବଟ୍କୁ ଚାଷୀଙ୍କ ସାହାଯ୍ୟ ପାଇଁ ଅଣାଯାଇଛି, ଯାହା କି ସେ ପିଏମ୍-କିଷାନ , ଫସଲ ବୀମା ଓ ଚାଷୀଙ୍କ ପାଇଁ କରଜ ନେବା ଭଳି ଯୋଜନା ଗୁଡ଼ିକ ସହ ଜଡ଼ିତ ପ୍ରଶ୍ନର ଜବାବ ସହଜରେ ପାଇ ପାରିବେ। ଚାଟ୍ବଟ୍ ଏକ ଡିଜିଟାଲ ସହାୟକ ଭାବେ କାମ କରେ। ଏହା ଚାଷୀଙ୍କ ପ୍ରଶ୍ନର ତୁରନ୍ତ ଓ ସଠିକ୍ ଜବବା ଦେଇଥାଏ।
ଆହୁରି ମଧ୍ୟ ପଢନ୍ତୁ : ଶୂନରୁ ସର୍ବଶ୍ରେଷ୍ଠ: ମାନସିକ ଶାନ୍ତି ପାଇଁ 'ଆପଲ୍'ର ଚାକିରି ଛାଡ଼ିଲେ, ଏବେ ଚଲାଉଛନ୍ତି ଅଟୋ
ଏଆଇ ଚାଟବଟ୍ ଅନେକ ଅଞ୍ଚଳର ଭାଷାରେ ଉପଲବ୍ଧ। ଏହା କାରଣରୁ ଭିନ୍ନ ଭିନ୍ନ ରାଜ୍ୟର ଚାଷୀଙ୍କ ପାଇଁ ଏହାର ବ୍ୟବହାର କରିବା ସହଜ ହୋଇଯାଏ। ଏହି ଚାଟବଟ୍ ଆବେଦନ , ପେମେଣ୍ଟର ସ୍ଥିତି ଓ ଇଲିଜିବିଲିଟି ବିଷୟରେ ମଧ୍ୟ ଅପଡେଟ୍ ଦେଇ ପାରେ। ଏହାସହ ଏଥିରେ ଯୋଜନା ଗୁଡ଼ିକ ସହ ସଂପୃକ୍ତ ସୂଚନା ମଧ୍ୟ ପାଇପାରିବେ।
ଚାଟବଟ୍ରୁ କଣ ଲାଭ ମିଳିବ –
- ସରକାରଙ୍କ ଦ୍ୱାରା ନିର୍ମିତ ଟୁଲ୍ର ବ୍ୟବହାର କରି ସରକାର କୃଷି କ୍ଷେତ୍ରରେ ସେବା ଗୁଡ଼ିକର ପ୍ରୟୋଗକୁ ଉତ୍ତମ କରିବାକୁ ଚାହାନ୍ତି।
- ଏହି ଟୁଲ ସ୍ଥାନୀୟ ଭାଷାରେ ରିୟଲ –ଟାଇମ୍ ସହାୟତା ଦେଇଥାଏ।
- ଏଥିରେ ଚାଷୀଙ୍କ ସରକାରୀ ଅଧିକାରୀଙ୍କ ଉପରେ ନିର୍ଭରତା ହ୍ରାସ ପାଏ।
- ଏହାସହ , ଚାଷୀଙ୍କ ପାଇଁ ଯୋଜନା ଗୁଡ଼ିକ ସହ ସଂପୃକ୍ତ ସୂଚନା ପ୍ରାପ୍ତ କରିବାରେ ସହଜ ହୁଏ।
- ଏହା ୨୪/୭ କାମ କରେ , ଯେଉଁଥିରେ ଚାଷୀମାନେ ସରକାରୀ ଅଫିସକୁ ନଯାଇ କୌଣସି ବି ସାହାଯ୍ୟ ପାଇ ପାରିବେ।