ପ୍ରମୂଖ ଖବର
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

କିସ୍ତୱାଡରେ ପ୍ରକୃତିର କୋପ; ୬୨ ମୃତ, ୨୦୦ ନିଖୋଜ, ବୋମା ବିସ୍ଫୋରଣ ପରି ଥିଲା ବାଦଲଫଟା ବର୍ଷା...

Published By : Ankita S | August 15, 2025 1:36 PM

ନୂଆଦିଲ୍ଲୀ,୧୫/୦୮: ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲୀ ପରେ ଏବେ ଜମ୍ମୁ-କାଶ୍ମୀରର କିସ୍ତୱାଡରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଏହି ପାହାଡ଼ିଆ ଅଞ୍ଚଳର ଚଶୋଟି ଗ୍ରାମ ମଚୈଲ ମାତା ଯାତ୍ରା ମାର୍ଗରେ ତାଣ୍ଡବ ରଚିଛି ବାଦଲଫଟା ବର୍ଷା । ଅଚାନକ ଜଳପ୍ରଳୟ ଯୋଗୁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ଘଟିଛି । ସମୟ ବଢ଼ିବା ସହ ମୃତ୍ୟୁସଂଖ୍ୟା ବି ବଢ଼ି ବଢି ଚାଲିଛି । ମୃତକଙ୍କ ମଧ୍ୟରେ ୨ଯବାନ ରହିଛନ୍ତି । ୧୦୦ଜଣ ଆହତ ହୋଇଛନ୍ତି । ୨୦୦ରୁ  ଅଧିକ ନିଖୋଜ ଅଛନ୍ତି । 

ଧରାଲି ପରେ କିସ୍ତୱାଡ଼ରେ ବାଦଲଫଟା ବର୍ଷା ଓ ବନ୍ୟା ସବୁ କିଛି ଛାରଖାର କରି ଦେଇଛି । କିସ୍ତୱାଡ଼ ପରେ ପହଲଗାମରେ ୨ଟି ସ୍ଥାନ ଏବଂ ଗାନ୍ଦରବଲରେ ବି ବାଦଲଫଟା ବର୍ଷା ହୋଇଥିବା ଜଣାପଡ଼ିଛି । ଗୁରୁବାର ପ୍ରାୟ ସାଢ଼େ ୧୨ଟାରେ ଚଶୋଟିରେ ଅଚାନକ ବାଦଲଫଟା ବର୍ଷା ହୋଇଥିଲା । ସେହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମଚୈଲ ମାତା ଯାତ୍ରା ପାଇଁ କିସ୍ତୱାଡ଼ରେ ପଡ୍ଡର ଉପଖଣ୍ଡ ଚଶୋଟି ଗ୍ରାମରେ ପହଞ୍ଚିଥିଲେ । ହଠାତ୍‌ ବାଦଲ ଫାଟିବା ପରେ ସେଠାରେ ବନ୍ୟାଜଳ ମାଡି ଆସିଥିଲା । ଫଳରେ ଶ୍ରଦ୍ଧାଳୁଙ୍କ ବସ୍, ଟେଣ୍ଟ, ଲଙ୍ଗର ସମେତ ଅନେକ ଦୋକାନ ଭାସିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ୩ ଜିଲ୍ଲା କିସ୍ତୱାଡ଼, ଡୋଡା ଓ ଭଦରୱାହରୁ ଆମ୍ବୁଲାନ୍ସ ସହ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ପାଇଁ ମଚୈଲ ଅଭିମୁଖେ ବାହାରିଥିଲେ । ଭାରତୀୟ ସେନା ଏବଂ ବାୟୁସେନା ସମେତ ସ୍ଥାନୀୟ ପ୍ରଶାସନ, ପୁଲିସ, ଏନ୍‌ଡିଆରଏଫ, ଏସ୍‌ଡିଆର୍‌ଏଫ୍‌ ଟିମ, ସିଆଇଏସଏଫ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିସ୍ତୱାଡ଼ରେ ପ୍ରକୃତି କୋପ କିପରି ଥିଲା ଭୟଙ୍କର ଛାତିଥରା କାହାଣୀ କହିଛନ୍ତି ପୀଡ଼ିତ । ବାଦଲଫଟା ବର୍ଷା ବୋମା ବିସ୍ଫୋରଣ ପରି ଥିଲା ବୋଲି କହିଛନ୍ତି ପ୍ରଭାବିତ ଲୋକ । ସେପଟେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସହିତ କଥା ହୋଇ ସ୍ଥିତି ବାବଦରେ ଅବଗତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.