ନୂଆଦିଲ୍ଲୀ : କେମରୁନ୍ ଗ୍ରୀନଙ୍କ ଅର୍ଦ୍ଧଶତକୀୟ ପାଳି । ୧୮୦ ରନରେ ଅଲଆଉଟ୍ ହେଲା କୋଲକାତା ନାଇଟ୍ ରାଇଡର୍ସ । ଗୁଜୁରାଟ ଆଗରେ ୧୮୧ ରନର ବିଜୟ ଲକ୍ଷ୍ୟ । ଗ୍ରୀନ୍ କୋଲକାତା ପକ୍ଷରୁ ଏକାକି ପାଳି ସମ୍ଭାଳିଥିବାବେଳେ ସେ ୫୫ ବଲରୁ ୭୯ ରନ କରିବାରେ ସକ୍ଷମ ହୋଇଛନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ରାବାଡ଼ା ସର୍ବାଧିକ ୩ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା କୋଲକାତା । ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମା୍ନା କରିଥିଲା । ଅଧିନାୟକ ଆଜିଙ୍କ୍ୟ ରାହାଣେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଆଲେନଙ୍କ ବଦଳରେ ଖେଳିବାର ସୁଯୋଗ ପାଇଥିବା ସେଫର୍ଟ ୧୪ ବଲରୁ ୧୯ ରନ କରିବାରେ ସକ୍ଷମ ହୋଇଥିଲେ । ଦଳର ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି ।
ଆଜି ମ୍ୟାଚରେ ପୁଣି ବିଫଳ ହୋଇଛନ୍ତି ଷ୍ଟାର ଫିନିସର ରିଙ୍କୁ ସିଂହ । ସେ ୨ ବଲରୁ ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ରମଣଦୀପ ୧୭, ପାଓ୍ବେଲ ୨୭ ରନ କରିବାରେ ସକ୍ଷମ ହୋଇଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ସିରାଜ ଏବଂ ଅଶୋକ ଶର୍ମା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ରସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ