ନୂଆଦିଲ୍ଲୀ : ଟସ୍ ଜିତିଲା କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ଅଧିନାୟକ ଆଜିଙ୍କ୍ୟ ରାହାଣେ । ପ୍ରଥମେ ବୋଲିଂ କରିବ ପଞ୍ଜାବ କିଙ୍ଗ୍ସ । ଆଇପିଏଲର ୧୨ତମ ମ୍ୟାଚ ଐତିହାସିକ ଇଡେନ୍ ଗାଡେନରେ ଖେଳାଯାଉଥିବାବେଳେ ଘରୋଇ ଦଳ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବ । kkr ଦଳରେ ଦୁଇଟି ପରିବର୍ତ୍ତନ କରିଛି ଆଜି ନବଦୀପ ସାଇନ୍ ଏବଂ ପାଓ୍ବେଲଙ୍କୁ ଖେଳିବାର ସୁଯୋଗ ଦେଇଛି । ସୁନୀଲା ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଏମାନେ ଖେଳିବେ । ପୂର୍ବ ମ୍ୟାଚରେ ଚେଜ୍ କରିବା ପାଇଁ କଷ୍ଟକର ହୋଇଥିବା କେକେଆର ଆଜି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ଶ୍ରେୟାସ ଆୟରଙ୍କ ନେତୃତ୍ୱାଧିନ ପଞ୍ଜାବ କ୍ରମାଗତ ୨ଟି ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ରହିଛି । ଦଳ ଗୁଜରାଟକୁ (୩ ୱିକେଟରେ) ଓ ଚେନ୍ନାଇକୁ (୫ୱିକେଟ୍ରେ) ହରାଇ ମୋଟ୍ ୪ପଏଣ୍ଟ ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛି । କୋଲକାତା ପ୍ରଥମ ୨ଟି ମ୍ୟାଚ୍ ରେ ଯଥାକ୍ରମେ ମୁମ୍ବାଇ ଓ ହାଇଦ୍ରାବାଦ ନିକଟରୁ ହାରି ଯାଇଥିଲା । ଏଣୁ ଆଜିର ମ୍ୟାଚରେ ବଡ଼ ବିଜୟ ବ୍ୟବଧାନରେ ପୁଣିଥରେ ଟୁର୍ଣ୍ଣାମେଣ୍ଟକୁ ଫେରିବା ପାଇଁ ଚେଷ୍ଟା କରିବ କେକେଆର୍ ।
ପଞ୍ଜାବ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂହ ଫର୍ମରେ ରହିଥିବାବେଳେ କୁପର କନ୍ନଲି ୨ଟି ମ୍ୟାଚ୍ରୁ ୧୦୮ରନ୍ ସଂଗ୍ରହ କରି ସାରିଛନ୍ତି । ସେହିପରି ଆୟର ଗତ ଚେନ୍ନାଇ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ବୋଲିଂ ବିଭାଗ ସୁଦୃଢ଼ ରହିଛି । ଅର୍ଶଦୀପ ସିଂହ, ମାର୍କୋ ଜାନସେନ, ବିଜୟକୁମାର ବୈଶାଖଙ୍କୁ ନେଇ ଗଠିତ ପେସ୍ ବାହିନୀ ଘାତକ ସାବ୍ୟସ୍ତ ହେଉଥିବାବେଳେ ସ୍ପିନର ୟୁଝବେନ୍ଦ୍ର ଚହଲ ଆବଶ୍ୟକ ସ୍ଥଳେ ୱିକେଟ୍ ବାହାର କରିବାରେ ସଫଳ ହୋଇଛନ୍ତି । ଆଜି ଆୟରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ୨୦୨୪ ସିଜନରେ କୋଲକାତାକୁ ଆଇପିଏଲ୍ ଚାମ୍ପିଅନ୍ କରାଇଥିଲେ। ମାତ୍ର ପର ବର୍ଷ କୋଲକାତା ତାଙ୍କୁ ଦଳରୁ ମୁକ୍ତ କରିଥିଲା । ଆୟର ଗତ ବର୍ଷ ପଞ୍ଜାବର ନେତୃତ୍ୱ ନେବା ସହ ଦଳକୁ ଫାଇନାଲ୍ରେ ପହଞ୍ଚାଇ ଥିଲେ ।