ମୁମ୍ବାଇ,୯/୪ : ଗୁଜରାଟ ବିପକ୍ଷ ଦିଲ୍ଲୀକୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା । ମାତ୍ର ଦିଲ୍ଲୀ ଲାଗି କେଏଲ୍ ରାହୁଲ ୯୨ରନର ପାଳି ଖେଳି ଖାସ୍ ରେକର୍ଡ଼ ନିଜ ନାଁରେ କରି ନେଇଥିଲେ । କେଏଲ୍ ରାହୁଲ ଏବେ ଆଇପିଏଲ୍ ଇତିହାସରେ ଓପନର ଭାବେ ସବୁଠାରୁ ଅଧିକ ପାଳିରେ ୪କିମ୍ବା ତା’ଠାରୁ ଅଧିକ ଛକ୍କା ଲଗାଇଥିବା ବ୍ୟାଟର ହୋଇଯାଇଛନ୍ତି ।

ଏଭଳି କରି କେଏଲ୍ ରାହୁଲ ବିରାଟ କୋହଲୀଙ୍କୁ ଓପନରରେ ପଛରେ ପକାଇ ଦେଇଛନ୍ତି । ଏହା ୧୮ଥର ଅଟେ ଯେତେବେଳେ ରାହୁଲ ଓପନର ଭାବେ ନିଜ ପାଳିରେ ୪ କିମ୍ବା ତା’ଠାରୁ ଅଧିକ ଛକ୍କା ଲଗାଇଛନ୍ତି । ସେହିଭଳି କୋହଲୀ ଓପନର ଭାବେ ଆଇପିଏଲରେ ନିଜ ପାଳି ସମୟରେ ୪ କିମ୍ବା ତା’ଠାରୁ ଅଧିକ ଛକ୍କା ୧୭ଥର ଲଗାଇଛନ୍ତି ।

ଆଇପିଏଲରେ ଭାରତୀୟ ଓପନର ଭାବେ ୪କିମ୍ବା ତା‘ଠାରୁ ଅଧିକ ଛକ୍କା

୧୮ : କେଏଲ୍ ରାହୁଲ

୧୭ : ବିରାଟ କୋହଲୀ

୧୧ : ଶୁଭମନ ଗିଲ୍

୧୦ : ବିରେନ୍ଦ୍ର ସେହଓ୍ବାଗ