ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟକ୍ସିକ ରିଲେସନରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଟିପ୍ସ

Published By : Ankita S | December 14, 2024 1:28 PM

ନୂଆଦିଲ୍ଲୀ,୧୪/୧୨: ଆଜିକାଲି ସମ୍ପର୍କରେ ଶୀଘ୍ର ଫାଟ ଆସୁଛି । ବିଶେଷ କରି ବୈବାହିକ ଜୀବନରେ ଏହା ଅଧିକ ସମସ୍ୟା ସୃଷ୍ଟି କରିଥାଏ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସମ୍ପର୍କରେ ଫାଟ ସୃଷ୍ଟି କରେ । ଜଣେ ପ୍ରେମ, ସମ୍ମାନରେ ସମ୍ପର୍କକୁ ବଞ୍ଚେଇବାକୁ ଚାହେଁ ତା ବଦଳରେ ସେ ସମାନ ଆଶା ରଖେ । ମାତ୍ର କିଛି ସମ୍ପର୍କରେ ସେପରି ହୋଇନଥାଏ । ସମାଜ ଭୟରେ କେହି କେହି ନକାରାତ୍ମକ ସମ୍ପର୍କକୁ ନିଭାଇବାକୁ ବାଧ୍ୟ ହୁଅନ୍ତି । ତେବେ କେମିତି ସମ୍ପର୍କ ସୁଧାରିବେ ଓ ଟକ୍ସିକ ରିଲେସନରୁ ମୁକ୍ତି ମିଳିବ ସେ ନେଇ କିଛି ଟିପ୍ସ ଆପଣାନ୍ତୁ ।

ସତକୁ ସ୍ବୀକାର କରନ୍ତୁ-ମନସ୍ତତ୍ବବିତଙ୍କ ଅନୁସାରେ ଯଦି ଆପଣ ଟକ୍ସିସ ରିଲେସନସିପରେ ଅଛନ୍ତି ତେବେ ଏଥିରୁ ମୁକ୍ତି ପାଇପାରିବେ । ପ୍ରଥମେ ଏହାକୁ ଚିହ୍ନିବାକୁ ପଡିବ ଓ ସ୍ବୀକାର କରିବାକୁ ହେବ । ଆପଣ କଣ ଜଣେ ଏପରି ବ୍ୟକ୍ତିଙ୍କ ସମ୍ପର୍କରେ ଅଛନ୍ତି ଯିଏ ଆପଣଙ୍କୁ ସର୍ବଦା ତାତ୍ସଲ୍ୟ କରୁଛନ୍ତି । ତାଙ୍କ ସହ ରହିଲା ତୁମେ ଅସହାୟ ଅନୁଭବ କରୁଛ କି । ଏପରି ସମ୍ପର୍କକୁ ରଖିବା ପାଇଁ ନିଜର ଆତ୍ମସମ୍ମାନ ଏବଂ ଆତ୍ମବିଶ୍ବାସ ହରାଉ ଥିବା ଅନୁଭବ କରୁଛନ୍ତି କି । ଏପରି ସମ୍ପର୍କ ଆପଣଙ୍କ ଜୀବନ, କାମ ଓ ଭାବନା ଉପରେ ପ୍ରଭାବ ପକାଇଥାଏ ।

ସର୍ବପ୍ରଥମେ ଆପଣ- ଅନ୍ୟଠୁ ପ୍ରେମ ଓ ସମ୍ମାନ ପାଇବାକୁ ହେଲେ ପ୍ରଥମେ ନିଜକୁ ଭଲ ପାଇବାକୁ ହେବ ସମ୍ମାନ ଦେବାକୁ ହେବ । ନିଜ ଆଗରେ ଛୋଟ କରି ଦେଉଥିବା ସମ୍ପର୍କଠୁ ଦୂରେଇବା କୌଣସି ସମ୍ମାନଠୁ କମ ନୁହେଁ । ନିଜକୁ ନକରାତ୍ମକ ଭାବନାଠୁ ଦୂରେଇ ରଖନ୍ତୁ ।

ଗୋଟିଏ ସୁଯୋଗ ଦିଅନ୍ତୁ-ନକାରାତ୍ମକ ସମ୍ପର୍କରୁ ମୁକ୍ତି ପାଇଁ  ନିଜକୁ ଅଲଗା କରିବାକୁ ଚାହାଁନ୍ତି । ମାତ୍ର ଦୂରତା ବନେଇବା ପୂର୍ବରୁ ସମ୍ପର୍କକୁ ଗୋଟିଏ ସୁଯୋଗ ଦିଅନ୍ତୁ । ଖୋଲିଖୋଲି ବିଷୟରେ କଥା ହୁଅନ୍ତୁ । ସ୍ଥିତିରୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଏପରି ସ୍ଥିତିରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ଯଦି କିଛି ସମାଧାନ ବାଟ ବାହାରୁନାହିଁ ତେବେ ବିନା ଝଗଡାରେ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନିଅନ୍ତୁ ।

ମନରୁ ଦୂରେଇ ଦିଅନ୍ତୁ- କୌଣସି ସମ୍ପର୍କରେ ଦୂରତା ଆସିଲେ ତାକୁ ନେଇ କିଛି ନକାରାତ୍ମକ ଚିନ୍ତାଧାର ରଖନ୍ତୁ ନାହିଁ । ଜଣଙ୍କ ପଛରେ କିଛି ଭୁଲ କଥା କୁହନ୍ତୁ ନାହିଁ । ଏପରି କରିବା ଦ୍ବାରା ଜଣାପଡିଥାଏ ଯେ ଆପଣ ସେ ସମ୍ପର୍କରୁ ଫିଜିକାଲ ଭାବେ ଦୂରେଇଛନ୍ତି ମାତ୍ର ମାନସିକ ଭାବେ ଦୂରେଇ ନାହାନ୍ତି । ଯାହା ଆପଣଙ୍କ ମାନସିକ ଶାନ୍ତିକୁ ଛଡେଇନିଏ । ସେ ସବୁବେଳ ଖୁସିରେ ରୁହନ୍ତୁ ଏତିକି ଚାହିଁବା ଦରକାର ।

ସୀମା ପାର କରନ୍ତୁ ନାହିଁ- ସବୁ ଜିନିଷରେ ଏକ ସୀମା ଥାଏ । ବିଶେଷ କରି ସମ୍ପର୍କରେ ଏହାର ଅଧିକ ଗୁରୁତ୍ବଥାଏ । ସୀମା ଆମ ଜୀବନର ପ୍ରତି କ୍ଷଣରେ ପ୍ରାଥମିକତା ବହନ କରିଥାଏ । ଭାବନାକୁ ସମ୍ମାନ ଜାଣାଇବା ସମ୍ପର୍କର ଏକ ଅଂଶ । ନିଜର ଲାଭ ପାଇଁ ଅନ୍ୟର ଭାବନାକୁ କ୍ଷତି ପହଞ୍ଚାଇବା ଆଦୌ ଠିକ୍ ନୁହେଁ । ନୂଆ ଆରମ୍ଭ ପାଇଁ ଟକ୍ସିକ ରିଲେସନସିପକୁ କେଉଁଠି ଶେଷ କରିବାକୁ ହେବ ତାହା ସୀମା ହିଁ ସ୍ଥିର କରିବ ।

ନୂଆ ଜୀବନକୁ ଉପହାର- ଜଣେ ମହିଳା ଯେବେ ଟକ୍ସିକ ରିଲେସନରୁ ବାହାରିବାକୁ ନିର୍ଣ୍ଣୟ ନିଏ ତେବେ ତା ଜୀବନରେ ଏକ ବିରାଟ ପରିବର୍ତ୍ତନ ହୋଇଥାଏ । ଯାହାର କଳ୍ପନା ସେ କେବେ କରିନଥାନ୍ତି । ଏହି ସମୟ ତାଙ୍କୁ ଶକ୍ତିଶାଳୀ କରିଥାଏ । ଆଉ ଥରେ ନିଜକୁ ଚିହ୍ନି ଥାଏ । ନୂଆ ଆରମ୍ଭ କରିବାକୁ ନିଜକୁ ଏକ ଉପହାର ଦେଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.