ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Campions Trophy Final ; ବର୍ଷା ହେଲେ କାହାର ହେବ ଟ୍ରଫି ? ଜାଣନ୍ତୁ ଆଇସିସି ନିୟମ

Published By : Ankita S | March 7, 2025 3:10 PM

ନୂଆଦିଲ୍ଲୀ,୦୭/୦୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହୋଇ ସାରିଛି । ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଫାଇନାଲ ଫାଇଟ୍ । ୯ ତାରିଖରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ଯଦି ଫାଇନାଲ ମ୍ୟାଚରେ ବର୍ଷା ହୁଏ । ମ୍ୟାଚ ବାତିଲ ହୁଏ ତେବେ ଘରକୁ କିଏ ନେଇଯିବ ଟ୍ରଫି  ? କେମିତି ନିଆଯାଏ ନିଷ୍ପତ୍ତି ।  କଣ ରହିଛି ବର୍ଷାର ବିକଳ୍ପ ?  ଜାଣନ୍ତୁ କଣ ରହିଛି ଆଇସିସି ନିୟମ ?

ଆସନ୍ତା ୯ ତାରିଖରେ ଦୁବାଇରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । କିନ୍ତୁ ଯଦି ବର୍ଷା ହେଉଛି ତେବେ ମ୍ୟାଚର କଣ ନିମୟ ରହିଛି । କେମିତି ନିଷ୍ପତ୍ତି ନିଆଯିବ । କାହାର ହେବ ଟ୍ରଫି । କଣ ଏଥିରେ ପଏଣ୍ଟ ଟେବୁଲର କିଛି ଭୂମିକା ରହିବ କି ? ଏହିପରି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଥିବ ।  ଆଇସିସି ନିୟମ ଅନୁସାରେ ରିଜର୍ଭ ଡେ ରଖାଯାଇଛି । ଅର୍ଥାତ ମାର୍ଚ୍ଚ ୧୦ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

ଅଧିକ ପଢନ୍ତୁ...Champions Trophy; ଭାରତ-ନ୍ୟୁଜିଲାଣ୍ଡ ଟ୍ରଫି ଟକ୍କର, ୨୫ବର୍ଷ ପୁରୁଣା ପ୍ରତିଶୋଧ ନେବ ରୋହିତ ସେନା

ICC ନିୟନ କଣ ? ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ କେବଳ ସେମି ଫାଇନାଲ ଏବଂ ଫାଇନାଲ ମୁକାବିଲା ନେଇ ରିଜର୍ଭ ଡେ ରଖାଯାଇଛି । ଦୁଇଟି ସେମି ଫାଇନାଲ ସରିଛି । କେବଳ ଫାଇନାଲ ବାକି ଅଛି । ଯଦି ଫାଇନାଲ ମ୍ୟାଚରେ ବର୍ଷା ହୁଏ ତେବେ ବିକଳ୍ପ ରଖିଛି ଆସିସି । ସେଗୁଡିକ ନିମ୍ନରେ ଲିଖିତ ।

.ଯଦି ଫାଇନାଲ ମ୍ୟାଚ ଶେଷ ନ ହେଉଛି ତେବେ ରିଜର୍ଭ ଡେ ରେ କରାଯିବ ।

. ଯେଉଁଦିନ ମ୍ୟାଚ ତାରିଖ ଫିକ୍ସ ଅଛି ସେହି ଦିନ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯିବ । ଦରକାର ପଡିଲେ ଓଭର କମ୍ କରାଯିବ । ଅର୍ଥାତ ସର୍ବନିମ୍ନ ୨୫ ଓଭର ଖେଳ ହୋଇପାରେ ।

. ଯଦି ମ୍ୟାଚ ଆରମ୍ଭ ହୋଇଛି ବର୍ଷା ହେଲା ତେବେ ଅତିରିକ୍ତ ସମୟ ରଖାଯିବ । ମ୍ୟାଚ ରିଜର୍ଭ ଡେକୁ ଯାଉଛି ତେବେ ମାର୍ଚ୍ଚ ୧୦ ତାରିଖରେ ଖେଳାଯିବ । ୧୨୦ ମିନିଟ ଅଧିକ ସମୟ ମିଳିବ ।

.ଯଦି ଫାଇନାଲ ମ୍ୟାଚ ଟାଏ ହେଉଛି ତେବେ ବିଜେତା ନିର୍ଦ୍ଧାରଣ କରିବାକୁ ସୁପର ଓଭର ଖେଳାଯିବ । ଏହା ସେବେ ଯାଏ ଚାଲିବ ଯେବେ ଯାଏ ଫଳାଫଳ ନ ବାହାରିଛି ।

. ଟାଏ ପରେ ବର୍ଷା ପାଇଁ ଯଦି ସୁପର ଓଭର ହୋଇପାରୁନାହିଁ ତେବେ ମ୍ୟାଚ ରଦ୍ଦ ହେଉଛି ରିଜର୍ଭ ଡେ ଶେଷ ଯାଏ ପରିଣାମ ମିଳୁନାହିଁ ଦୁଇ ଦଳକୁ ସଂଯୁକ୍ତ ବିଜେତା ଭାବେ ଘୋଷଣା କରାଯିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.