ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଘରୋଇ ଗ୍ରାଉଣ୍ଡ୍‌ରେ ସୁପରକିଙ୍ଗ୍‌ସକୁ ଭେଟିବ ନାଇଟ ରାଇଡର୍ସ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ସିଏସ୍‌କେ

Published By : Rasmita Pradhan | May 7, 2025 8:40 AM

କୋଲକାତା, ୦୭/୦୫ : ଚଳିତ ଆଇପିଏଲ୍‌ରେ ଆଜି କୋଲକାତା ନାଇଟ ରାଇଡର୍ସ ଘରୋଇ ଗ୍ରାଉଣ୍ଡ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ । ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ିଥିବା ସୁପରକିଙ୍ଗ୍‌ସ କେବଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଥିବା ନାଇଟ୍‌ ରାଇଡର୍ସ ପାଇଁ ବିଜୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଏପ୍ରିଲ ୧୧ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା । ନାଇଟ୍‌ ରାଇଡର୍ସ ୫୯ଟି ବଲ୍‌ ବାକି ଥାଇ ୮ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଏବେ ସୁପରକିଙ୍ଗ୍‌ସର ପ୍ରତିଶୋଧ ନେବାର ସମୟ । ୨୫ଦନ ଭିତରେ ଅନେକ ପରିବର୍ତ୍ତନ ଘଟିଛି । 

ସୁପରକିଙ୍ଗ୍‌ସ ଦଳରେ ସ୍ଥାନ ପାଇଥିବା ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ଆୟୂଷ ମାହତ୍ରେ ଓ ଡିୱାଲ୍ଡ ବ୍ରେଭିସ୍‌ଙ୍କ ବ୍ୟାଟିଂ ସାଙ୍ଗକୁ ସାମ କରନଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦର୍ଶକଙ୍କ ଉତ୍ସାହ ବଢ଼ାଇଛି । ଆଉ ଜଣେ ଯୁବ ୱିକେଟ୍‌ କିପର ଉର୍ଭିଲ ପଟେଲଙ୍କୁ ସୁପରକିଙ୍ଗ୍‌ସ ଚୁକ୍ତି କରିଛି । ସେ ଗତ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ୨୮ଟି ବଲ୍‌ରୁ ଦ୍ରୁତତମ ଶତକ ଅର୍ଜନ କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ ୨୯ଟି ଛକା ମାରିଥିଲେ । ଆଜି ସେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସୁପରକିଙ୍ଗ୍‌ସ ଏହି ମ୍ୟାଚ୍‌ ଜିତିଲେ ନାଇଟ୍‌ ରାଇଡର୍ସ ପାଇଁ ପ୍ଲେ-ଅଫ୍‌ରେ ପ୍ରବେଶ କରିବା କଷ୍ଟକର ହୋଇଯିବ । ୧୧ପଏଣ୍ଟ ଅର୍ଜନ କରିଥିବା ନାଇଟ୍‌ ରାଇଡର୍ସ ଆଉ ୩ଟି ଲିଗ୍‌ ମ୍ୟାଚ୍‌ ଖେଳିବ । ସମସ୍ତ ମ୍ୟାଚ୍‌ ଜିତିଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ । ତେଣୁ ଏଣିକି କୌଣସି ତ୍ରୁଟି ନକରି ବାକି ମ୍ୟାଚ୍‌ଗୁଡ଼ିକ ଜିତିବାକୁ ହେବ । 

ମଧ୍ୟକ୍ରମ ବ୍ୟାଟରମାନେ ଏପର୍ଯ୍ୟନ୍ତ ଫର୍ମକୁ ଫେରି ନଥିବାରୁ ନାଇଟ ରାଇଡର୍ସ ଚିନ୍ତାରେ ରହିବା ସ୍ୱାଭାବିକ । ତଥାପି ଉପରଭାଗ ବ୍ୟାଟର ଓ ସ୍ପିନରଙ୍କ ପ୍ରଦର୍ଶନ ବଳରେ ଜିତିବାର କ୍ଷମତା ନାଇଟ ରାଇଡର୍ସ ନିକଟରେ ରହିଛି । ଆଜି ସୁନୀଲ ନାରାଏନଙ୍କ ପ୍ରତି ସୁପରକିଙ୍ଗ୍‌ସ ସତର୍କ ରହିବ । ପୂର୍ବ ମ୍ୟାଚ୍‌ରେ ସେ ୩ଟି ୱିକେଟ୍‌ ନେବା ସହ ୪୪ ରନ୍‌ର ଇନିଂସ ଖେଳି ନାଇଟ ରାଇଡର୍ସକୁ ବିଜୟୀ କରାଇଥିଲେ । ସୁପରକିଙ୍ଗ୍‌ସ ପକ୍ଷରୁ ମାହତ୍ରେଙ୍କ ବ୍ୟାଟିଂ ଦେଖିବାକୁ ଇଡେନ ଗାର୍ଡେନ୍ସ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ । ଗତ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ସେ ୪୮ଟି ବଲ୍‌ରୁ ୯୪ ରନ ସଂଗ୍ରହ କରିଥିଲେ । ଆଜିର ମ୍ୟାଚ୍‌ ଲାଗି ପ୍ରସ୍ତୁତ କରାଯାଇଥିବା ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । କାଳ ବୈଶାଖୀ ବର୍ଷାର ଆଶଙ୍କା ମଧ୍ୟ ରହିଛି । ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇପାରେ । ତଥାପି ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ନାହିଁ । ଚଳିତ ସିଜନରେ ଏଠାରେ ଖେଳାଯାଇଥିବା ୫ଟି ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪ଟି ମ୍ୟାଚ୍‌ ଜିତିଛନ୍ତି ।

ସମ୍ଭାବ୍ୟ ଦ୍ୱାଦଶ 

ନାଇଟ ରାଇଡର୍ସ: ରହମନୁଲ୍ଲା ଗୁରବାଜ, ସୁନୀଲ ନାରାଏନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ମୋଇନ ଅଲି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା । 

ଚେନ୍ନାଇ ସୁପରକିଙ୍ଗ୍‌ସ: ଆୟୂଷ ମାହତ୍ରେ, ଉର୍ଭିଲ ପଟେଲ/ସାଇକ ରସିଦ, ସାମ କରନ, ରବିନ୍ଦ୍ର ଜାଡେଜା, ଡିୱାଲ୍ଡ ବ୍ରେଭିସ, ଶିବମ ଦୁବେ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଦୀପକ ହୁଡ଼ା, ଖଲିଲ ଅହମ୍ମଦ, ନୂର ଅହମ୍ମଦ, ଅଂଶୁଲ କାମ୍ବୋଜ, ମଥିଶା ପତିରଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.