ବରଗଡ଼,୧୦/୦୧: ବରଗଡ଼ରେ କୋଲକାତା ପୁଲିସ। ବରଗଡ଼ର ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାକୁ କୋଲକାତା ପୁଲିସ ଉଠାଇ ନେଇଥିବା ଜଣାପଡିଛି। ନ୍ୟୁ ଡାୱାର ଜୁଏଲର୍ସର ମାଲିକ ହେମନ୍ତ ବର୍ମା କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ ବୋଲି ସୂଚନା ମିଳିଛି।
କୋଲକାତା ପୁଲିସର ସୂଚନା ଅନୁଯାୟୀ,ହେମନ୍ତ ବର୍ମା କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ କଲିକତା ଥାନାରେ ମାମଲା ରୁଜୁ ହେବା ପରେ କଲିକତା ପୁଲିସ ବରଗଡକୁ ପହଞ୍ଚି ସୁନା ଦୋକାନୀକୁ ଉଠାଇ ନେଇଛି। ତେବେ ବରଗଡ ପୁଲିସ ସହାୟତା ନେଇ କୋଲକାତା ପୁଲିସ ଏସଆଇ ପ୍ରଶାନ୍ତ କର ଦାଶ, ଏସଆଇ କବିତା ସାମନ୍ତ ପ୍ରମୁଖ ବରଗଡ଼ ଆସିଥିଲେ। କୋଲକତା ପୁଲିସ ସୁନା ଦୋକାନୀଙ୍କୁ ଗିରଫ କରି ରାତି ଅଧରେ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି । ବରଗଡର ପ୍ରତିଷ୍ଠିତ ସୁନା ବେପାରୀଙ୍କୁ କଲିକତା ପୁଲିସ ଉଠେଇ ନେବା ପରେ ବରଗଡରେ ଚର୍ଚ୍ଚା ଜୋର ଧରିଛି ।