ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଜୟ ରୟଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି । ସିବିଆଇର ସୂତ୍ର ଅନୁଯାୟୀ, ଏହି ମାମଲାରେ ପାଖାପାଖି ୨ଶହ ଜଣଙ୍କ ବିବୃତ୍ତି ଚାର୍ଜସିଟରେ ରେକର୍ଡ କରାଯାଇଛି।

ବଳାତ୍କାର ଓ ହତ୍ୟା ମାମଲାରେ ଗତ ଶନିବାର ଦିନ ଜୁନିୟର ଡାକ୍ତର ମାନେ ଆମରଣ ଅନଶନରେ ବସିଥିଲେ । ସେମାନେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ତାଙ୍କ ଦାବି ପୂରଣ କରୁନାହାଁନ୍ତି, ଯାହା ପରେ ତାଙ୍କୁ ଏହି ଆମରଣ ଅନଶନର ରାସ୍ତା ଆପଣେଇବାକୁ ପଡୁଛି । 

ଜୁନିଅର ଡାକ୍ତର ଗତ ଶୁକ୍ରବାର ଦିନ ଧର୍ମତାଲାରେ ଅବସ୍ଥିତ ଡୋରିନା କ୍ରସିଂରେ ବସିଥିଲେ । ପ୍ରତିଶ୍ରୁତି ଅନୁଯାୟୀ ତାଙ୍କ ଦାବି ପୂରଣ କରିବାକୁ ସେ ପଶ୍ଚିମବଙ୍ଗ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ । ଏ ସମ୍ପର୍କରେ ଜଣେ ଜୁନିଅର ଡାକ୍ତର କହିଛନ୍ତି ଯେ, ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାଙ୍କ ଦାବି ପୂରଣ କରିନାହାଁନ୍ତି । ତେଣୁ, ଆମର ଦାବି ପୂରଣ କରିବା ଏବଂ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଆମରଣ ଅନଶନ ଆରମ୍ଭ କରୁଛୁ । 

ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିଲା । ଏଥି ସହିତ ମମତା ବାନାର୍ଜୀ ସରକାର ଏହି ମାମଲାରେ ପୂରା ଫସି ରହିଥିବା ଜଣାପଡିଛି। ବିଜେପି ଏ ସମ୍ପର୍କରେ ମମତା ବାନାର୍ଜୀଙ୍କୁ ଲଗାତାର ଘେରି ରହିଛି ।