କୋଲକାତା,୯/୪ : କେକେଆର୍ ୨୦ ଓଭରରେ ୪ଓ୍ବିକେଟ ହରାଇ ୧୮୧ ରନ୍ କରିଛି । ଶେଷ ୫ଓଭରରେ ୬୬ରନ କରିଛି । ୧୦ରୁ ୧୫ଓଭର ମଧ୍ୟରେ କେବଳ ୧୭ରନ୍ କରିଥିଲେ ଏବଂ କେକେଆରର ୩ଓ୍ବିକେଟ ଯାଇଥିଲା । ୧୦ଓଭର ପରେ କେକେଆରର ସ୍କୋର ୯୮ରନ୍ ଥିଲା । କିନ୍ତୁ ଏହାପରେ ୧୫ଓଭରରେ ସ୍କୋର କେବଳ ୧୧୫ରନ୍ ପର୍ଯ୍ୟନ୍ତ ହିଁ ଥିଲା ।
ରେବମ୍ୟାନ୍ ପାଓ୍ବେଲ ୨୪ବଲରେ ୩୯ରନ୍ କରି ନଟଆଉଟ ଫେରିଲେ । ତାଙ୍କ ସହ କ୍ୟାମଋନ ଗ୍ରୀନ ୨୪ବଲରେ ୩୨ରନ୍ କରି ନଟଆଉଟ୍ ଫେରିଥିଲେ । ଏହା ପୂର୍ବରୁ ଅଜଙ୍କ୍ୟ ରହାଣେ ୨୪ବଲରେ ୪୧ରନ୍ ଏବଂ ଅଙ୍ଗକୃଷ ରଘୁବଂଶୀ ୩୩ବଲରେ ୪୫ରନ୍ କରି ଆଉଟ ହୋଇଥିଲେ । ଲକ୍ଷ୍ନୌ ଲାଗି ପ୍ରିନ୍ସ ୟାଦବ, ମଣିମରନ ସିଦ୍ଧାର୍ଥ, ଦିବ୍ବେଶ ସିଂହ ରାଠୀ ଏବଂ ଆବେଶ ଖାନ ଗୋଟିଏ ଗୋଟିଏ ଓ୍ବିକେଟ ନେଇଛନ୍ତି ।