କୋଣାର୍କ,୭।୧୨(ଆପ୍ର) ଆସନ୍ତା୧୩ରୁ କୋଣାର୍କ ଇକୋ ରିଟ୍ରିଟ ଆରମ୍ଭ। ଏବେଠୁ ରାମଚଣ୍ଡୀ ମୁହାଣ ଇକୋ ରିଟ୍ରିଟ ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସମୁଦ୍ର ବେଳାଭୂମି ଚଳଚଞ୍ଚଳ ହୋଇଉଠିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ କୋଣାର୍କ ଇକୋ ରିଟ୍ରିଟ ସପ୍ତମ ସଂସ୍କରଣ ଆରମ୍ଭ ହେବ। ଏଥି ନିମନ୍ତେ ପ୍ରବେଶ ତୋରଣ, ସେଲ୍ଫି ପଏଣ୍ଟ,କନଫରେନ୍ସ ଓ ରିସେପସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ପାନୀୟ ଜଳ ବ୍ୟବସ୍ତା, ବିଦ୍ୟୁତ ସଂଯୋଗ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ବେଳାଭୂମିରେ ୭୦ ତମ୍ବୁଘର ଓ ବିଚ ବାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପର୍ଯ୍ୟଟକ ମାନଙ୍କ ପାଇଁ ତମ୍ବୁ ଘରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିବ। ଏହା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ I ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ପାରାସେଲିଙ୍ଗ,ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି। କୋଣାର୍କ ଇକୋ ରିଟ୍ରିଟର ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।