କୋଣାର୍କ,୧୫।୧୧: କୋଣାର୍କ ଉତ୍ସବ ଅବସରରେ ବିକାଶ ସଂଗଠନ ପକ୍ଷରୁ ଆସନ୍ତା ଡିସେମ୍ବର ୬ ତାରିଖରେ କୋଣାର୍କରେ ପଥ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ କୋଣାର୍କ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଛି। ପଥ ଉତ୍ସବ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଶିକ୍ଷାବିତ ପ୍ରତାପ ରାଉତ, ସମାଜସେବୀ ରାଜକିଶୋର ମହାପାତ୍ର, ଉମେଶ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ମଙ୍ଗରାଜ ମୁଦୁଲି, ପୂର୍ବତନ କାଉନସିଲର ପ୍ରତାପ ଗୋଛାୟତ ପ୍ରମୁଖ ଯୋଗ ଦେଇଥିଲେ। ପଥ ଉତ୍ସବ ମାସ୍କଟ ଚିତ୍ରା ଉନ୍ମୋଚନ ହୋଇଥିଲା। ଏହି ପଥ ଉତ୍ସବ ଥାନାଛକରୁ ବାହାରି ମେଡିକାଲ ଛକ, ରିଙ୍ଗରୋଡ ଦେଇ ହେଲିପ୍ୟାଡରେ ପହଞ୍ଚିବ। ଏଥିରେ ବିଭିନ୍ନ ଅଞ୍ଚଳର ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ପଞ୍ଜିକୃତ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଲୁକ୍କାୟିତ ଲୋକକଳା, କ୍ରୀଡ଼ା ପ୍ରଦର୍ଶନ ଆଦି ବିଭିନ୍ନ କଳା କୌଶଳ ଦେଖବାକୁ ମିଳିବ।