ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କୋରାପୁଟ ଜିଲ୍ଲା ବିଜେଡି ସଭାପତି ପାଇଁ କସରତ, ସୁପ୍ରିମୋଙ୍କୁ ଭେଟିଲେ ୮ ଜେଡ୍‌ପି ସଦସ୍ୟ, ୨ ବ୍ଲକ ଅଧ୍ୟକ୍ଷା

Published By : Prameya | December 8, 2024 1:28 PM

ଜୟପୁର,୦୮/୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ  ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି  ଜିଲ୍ଲାର ବହୁ ଦଳୀୟ ପ୍ରତିନିଧି । ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଜିଲ୍ଲା ପରିଷଦ ସଭ୍ୟ ଏବଂ ଦୁଇ  ଜଣ ବ୍ଲକ ଅଧ୍ୟକ୍ଷା । ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ଲାଗି  ଲବି କରିବାକୁ ସେମାନେ ନବୀନ ନିବାସ ଯାଇଥିବା  ରାଜନୈତିକ ଚର୍ଚ୍ଚା ହେଉଛି । ଅଥଚ ଯେଉଁମାନେ  ନବୀନଙ୍କୁ ଭେଟିଛନ୍ତି, ସେମାନଙ୍କ ସହ ଯୋଗାଯୋଗ  କଲେ ବି କିଛି କହିବାକୁ ସିଧାସଳଖ ମନା କରି  ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା  ସସ୍ମିତା ମେଲେକା, ଉପାଧ୍ୟକ୍ଷ ରାଧବିନୋଦ  ସାମନ୍ତରାୟ ଏବଂ ଅନ୍ୟ କେତେକ ଜିଲ୍ଲା ପରିଷଦ  ସଦସ୍ୟ ଭୁବନେଶ୍ୱର ଯାଇନଥିବା ଜଣାପଡ଼ିଛି ।  




ବିଶେଷ ସୂତ୍ରରୁ ମିଳିଥିବା ଖବର  ଅନୁଯାୟୀ, ଜିଲ୍ଲା ସଭାପତି ପଦ ଲାଗି କସରତ  ଆରମ୍ଭ ହୋଇଛି । ନବୀନଙ୍କୁ ଭେଟିଥିବା ଅଧିକାଂଶ ଜିଲ୍ଲାପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷା ହେଉଛନ୍ତି  ପୂର୍ବତନ ସାଂସଦ ଝିନ୍ନ ହିକକା ଓ ପୂର୍ବତନ  ମନ୍ତ୍ରୀ ଶ୍ରୀ ନନ୍ଦଙ୍କ ସମର୍ଥକ । ପୂର୍ବତନ ବିଜେଡି  ଜିଲ୍ଲା ସଭାପତି ତଥା କେସିସି ବ୍ୟାଙ୍କ ସଭାପତି  ଈଶ୍ୱର ପାଣିଗ୍ରାହୀଙ୍କ ବିରୋଧୀ ଭାବେ ସେମାନେ  ବେଶ୍‌ ଜଣାଶୁଣା । ଆଗକୁ ସଭାପତି ଚୟନ ହେବ ।  ସେଥିଲାଗି ଏବେଠୁ ଲବି ଆରମ୍ଭ ହୋଇଥିବା  କୁହାଯାଉଛି । ନବୀନଙ୍କ ଆଜି ଭେଟିଥିବା ୮ ଜଣ  ଜିଲ୍ଲା ପରିଷଦ ସଭ୍ୟ ହେଲେ ରଶ୍ମି ରଥ, ତପତି  ପଟ୍ଟନାୟକ, କନକଲତା ପେଣ୍ଠିଆ, ଗୀତା ମାଝି,  ମଞ୍ଜୁଳା ଘାସି, ତ୍ରିପତି ଚାଲାଣ, ମାଝି ହିମିରିକା  ଓ ରାଜେଣ ମହୁରିଆ । ସେହିପରି ଦୁଇ ବ୍ଲକ  ଅଧ୍ୟକ୍ଷା ହେଲେ ଜୟପୁରର ତିଳୋତ୍ତମା ମୁଦୁଲି  ଓ ବୋରିଗୁମ୍ମାର ଦୀପ୍ତିମୟୀ ନାୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.