ଭୁବନେଶ୍ୱର,୨୭/୧୦: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଏକ ସଂସଦୀୟ କମିଟି ଗଠନ ହୋଇଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଓଡ଼ିଶାରୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା  ସ୍ଥାନ ପାଇଛନ୍ତି । 

ପ୍ରକାଶଥାଉକି, ଏହା ପୂର୍ବରୁ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପାଇଁ ଏକ ସଂସଦୀୟ କମିଟି ଗଠନ  ହୋଇଥିବା ବେଳେ କମିଟିରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ  ତରାଇ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ସ୍ଥାନ ପାଇଛନ୍ତି ।