ନୂଆଦିଲ୍ଲୀ ୨୨/୦୨: ଗତ କିଛି ବର୍ଷ ହେଲା ଭାରତରେ କୋରିଆ ସଂସ୍କୃତିର ଆଦର ଦ୍ରୁତ ବଢ଼ିଛି । ସଙ୍ଗୀତରେ ବିଟିଏସ୍ ବ୍ୟାଣ୍ଡ ହେଉ ବା ୱେବ୍ ସିରିଜ୍ରେ ସ୍କ୍ୱିଡ୍ ଗେମ୍ସଡିମେନ୍ ହଣ୍ଟର୍ସ ଭଳି କାହାଣୀ । ଭାରତରେ କୋରିଆ ସଂସ୍କୃତି ଝଡ଼ ସୃଷ୍ଟି କରିଛି । ନିକଟରେ ଦକ୍ଷିଣ କୋରିଆ ଗାୟକ ଆଉରା ଭାରତର ପ୍ରସିଦ୍ଧ ପଲ୍ସ କ୍ୟାଣ୍ଡି ପାଇଁ ଜିଙ୍ଗଲ୍ ଗାଇଥିଲେ, ଡ୍ୟାନ୍ସ ଚାଲେଞ୍ଜ୍ କରିଥିଲେ । ସେ ଏଭଳି ଏକ ବ୍ରାଣ୍ଡ୍ର ଚେହେରା ହେଲେ ଯାହା ଭାରତୀୟ ଷ୍ଟ୍ରିଟ୍ କଲ୍ଚର୍ ସହ ଗଭୀର ଭାବେ ଜଡ଼ିତ ।
ଆଉରା ୨୦୨୩ରେ ଭାରତ ଆସିଲେ । ସ୍ଥାନୀୟ କଳାକାରଙ୍କ ସହ କାମ କଲେ । ମଥୁରାରେ ‘ବୋ କିସ୍ନା ହୈ’ ଗୀତ ଗାଇଲେ । ନାଗାଲାଣ୍ଡର ହର୍ନବିଲ୍ ଫେଷ୍ଟିଭାଲ୍ରେ ପ୍ରଦର୍ଶନ ବି କଲେ । ନିକଟରେ ସେ ଶିବ ତାଣ୍ଡବ ସ୍ତୋତ୍ରର ଏକ ନୂଆ ସଂସ୍କରଣ ବି ଗାଇଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ବିଗ୍ ବସ୍ ଓ ବାଲାଜୀ ଟେଲିଫିଲ୍ମସ ଶୋ’ରେ ମଧ୍ୟ ସାମିଲ ହୋଇଥିଲେ । ଅର୍ଥାତ୍ ଏହା କେବଳ ବ୍ରାଣ୍ଡ ଆମ୍ବାସଡର ମଡେଲ ଟ୍ରେଣ୍ଡ୍ ନୁହେଁ, ବରଂ ସାଂସ୍କୃତିକ ମିଶ୍ରଣ ମଧ୍ୟ । ଭାରତରେ କୋରିଆନ ପପ୍ ପ୍ରସାରଣରେ ୩୬୨ ପ୍ରତିଶତ, ଅର୍ଥାତ୍ ୫ ବର୍ଷରେ ସାଢ଼େ ତିନି ଗୁଣା ବୃଦ୍ଧି ହୋଇଛି । କୋରିଆନ୍ ଶୋ’ ‘ଡିମେନ୍ ହଣ୍ଟର୍ସ’କୁ ରିଲିଜ୍ର ମାତ୍ର ୯୧ ଦିନରେ ୨୬.୫ କୋଟି ଦର୍ଶକ ଦେଖିଛନ୍ତି । ୮୪.୫ ପ୍ରତିଶତ ଭାରତୀୟ କୋରିଆ ବିଷୟବସ୍ତୁକୁ ନେଇ ସକାରାତ୍ମକ ମନୋଭାବ ରଖନ୍ତି । ଭାରତ ଏଥିରେ ୩ୟ ସ୍ଥାନରେ ଅଛି ।
କ୍ରକ୍ସ ଇଣ୍ଡିଆ ନିଜର ମନ୍ସୁନ୍ କ୍ୟାମ୍ପେନ୍ରେ ବଲିଉଡ୍ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ କୋରିଆ ଅଭିନେତ୍ରୀ ଚେ ସୁ ବିନ୍ଙ୍କୁ କାଷ୍ଟ୍ କରିଥିଲା । ୟୁଟ୍ୟୁବ୍ରେ ଏହାକୁ ୨ କୋଟିରୁ ଅଧିକ ଓ ଇନ୍ଷ୍ଟାଗ୍ରାମ୍ରେ ୪୧ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି । କୋଲ୍ଗେଟ୍ ଇଣ୍ଡିଆ ନିଜର ଏସିଆ-ପାସିଫିକ୍ କ୍ୟାମ୍ପେନ୍ରେ କୋରିଆ ଗାୟିକା-ଅଭିନେତ୍ରୀ ଆଇୟୁଙ୍କୁ ସାମିଲ କରିଥିଲା । ୟୁଟ୍ୟୁବ୍ରେ ଏହାକୁ ୫.୮ କୋଟି ଦର୍ଶକ ଦେଖିଛନ୍ତି । ପଲ୍ସ କ୍ୟାଣ୍ଡି ଆଉରାଙ୍କ ସହ ଇଂରାଜୀ ଜିଙ୍ଗଲ୍ ଲଞ୍ଚ୍ କଲା । ଇନ୍ଷ୍ଟାଗ୍ରାମରେ ଏହାର ଦର୍ଶକଙ୍କ ସଂଖ୍ୟା ୬୭ ଲକ୍ଷରୁ ଅଧିକ । ଏହା ମାଧ୍ୟମରେ ଏକ ବ୍ରାଣ୍ଡ ପ୍ରଥମ ଥର ଜଣେ କୋରିଆ ଷ୍ଟାର୍ଙ୍କୁ ଦେଶୀ ଅନ୍ଦାଜ୍ରେ ଉପସ୍ଥାପନ କଲା । ଭାରତୀୟ ଅଭିନେତ୍ରୀ ଓ ମଡେଲ ଆଣ୍ଡ୍ରିୟା କେଭିଚୁସା କୋରିଆ ପପ୍ ଗ୍ରୁପ୍ ନ୍ୟୁ ଜିନ୍ସ ସହ କୋକାକୋଲାର ଏକ ବିଜ୍ଞାପନରେ କାମ କରିଥିଲେ ।
ଆହୁରି ପଢ଼ନ୍ତୁ...୪୭ ବର୍ଷ ପରେ କମଲ ହାସନ-ରଜନୀକାନ୍ତଙ୍କ ଯୋଡି, ଧମାଲ କଲା ପ୍ରମୋ: ରେଟ୍ରୋ ଲୁକ୍ସରେ ଦୁଇ ସୁପରଷ୍ଟାର