ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କୋଟାରେ ପୁଣି ଏକ ଛାତ୍ର କଲେ ଆତ୍ମହତ୍ୟା, ଏହି ମାସର ଷଷ୍ଠ ମାମଲା

Published By : Gurupada Nath | January 22, 2025 11:29 PM

ନୂଆଦିଲ୍ଲୀ,୨୨/୧ : ଜେଇ ମେନ୍ସର ପରୀକ୍ଷା ମଧ୍ୟରେ କୋଟାରୁ ହୃଦୟ ଦୋହଲାଇବା ଘଟଣା ସାମ୍ନାକୁ ଆସିଛି । ବୁଧବାର କୋଟାରେ ଦୁଇ କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହା ଚଳିତ ବର୍ଷର ଷଷ୍ଠ ସୁଇସାଇଡ୍ ଘଟଣା ଅଟେ । ଜାନୁଆରୀ ୨୨ରେ କୋଟାରେ ଷଷ୍ଠ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏଥିରେ କୋଟାର କୋଚିଂ ଇଣ୍ଡଷ୍ଟ୍ରି ସହ କୋଟା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ କୋଟାର ଜବାହାର ନଗର ଥାନା ଅଞ୍ଚଳରେ ମହାବୀର ନଗର ଫାଷ୍ଟ ଅଞ୍ଚଳରେ ଏକ କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ବୁଧବାର ଜବାହାର ନଗର ଥାନା ଅଞ୍ଚଳରେ ଗୁଜରାଟର ଏକ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।  

ଗୁଜରାଟରେ ରହୁଥିବା ଛାତ୍ରଙ୍କ ନାଁ ଅପଶା ଶେଖ ଅଟେ । ସେ ଅହମ୍ମଦାବାଦରେ ରହିଥାନ୍ତି । ଅପଶା ୬ମାସ ପୂର୍ବରୁ କୋଟା ଆସିଥିଲେ ଏବଂ ରାଜୀବ ନଗର ଅଞ୍ଚଳରେ ଇବା ଏକ ହଷ୍ଟେଲରେ ରହି ନେଟ୍ ପରୀକ୍ଷାର ପ୍ରସ୍ତୁତି କରୁଥିଲେ। ଆଜି ତାଙ୍କର ମୃତଦେହ ହଷ୍ଟେଲ କୋଠରୀର ପଙ୍ଖାରେ ଝୁଲିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ପୋଲିସ ଏମବିଏସ ହସ୍ପିଟାଲର ମୋର୍ଚରୀରେ ରଖାଯାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.