ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କ୍ରିତିଙ୍କ ଉପରେ ଗୀତ ଚୋରି ଅଭିଯୋଗ, ପାକ୍‌ କଳାକାର ଅଦନାନ୍‌ ସିଦ୍ଦିକି ଉଠାଇଲେ ଆପତ୍ତି

Published By : Krishna Priya | October 24, 2024 12:25 PM

ମୁମ୍ବାଇ ୨୪/୧୦: ଫିଲ୍ମ ‘ଦୋ ପତ୍ତି’ରେ ଅଭିନୟ ସହିତ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କ୍ରିତି ସାନନ୍‌ । ତାଙ୍କ ସହ କାଜୋଲ ମଧ୍ୟ ନଜର ଆସିବେ । ନିକଟରେ ଫିଲ୍ମର ଏକ ଗୀତ ‘ଆଖିୟାଁ ଦେ କୋଲ’ ରିଲିଜ୍‌ ହୋଇଛି । ଏହା ଏକ ପାକିସ୍ତାନୀ ଗୀତ, ଯାହାକୁ ‘ଦୋ ପତ୍ତି’ରେ ରିମେକ୍‌ କରାଯାଇଛି । କିନ୍ତୁ ଏବେ ପାକ୍‌ କଳାକାର ଅଦନାନ୍‌ ସିଦ୍ଦିକି ଏହାକୁ ନେଇ ଆପତ୍ତି କରିଛନ୍ତି । 

‘ଆଖିୟାଁ ଦେ କୋଲ’ ରିଲିଜ୍‌ ହେବା ପରେ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସିତ ହେଉଛି । କିନ୍ତୁ ପାକ୍‌ କଳାକାର ଅଦନାନ୍‌ କ୍ରିତିଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ସମାଲୋଚନା କରିଛନ୍ତି । ତାଙ୍କ ବିରୋଧରେ ଗୀତ ଚୋରି ଅଭିଯୋଗ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲ୍‌ରେ କ୍ରିତିଙ୍କର ଏହି ଗୀତର ଫଟୋ ଶେୟାର କରି ସେ ଲେଖିଛନ୍ତି ‘ନକଲ କରିବା ଆଦୌ ଭୁଲ କଥା ନୁହେଁ । କିନ୍ତୁ ଏକ ସୁନ୍ଦର ଓ ଉତ୍କୃଷ୍ଟ ଗୀତକୁ ଖରାପ କରିବା ଭୁଲ କଥା । ଆପଣଙ୍କୁ ରେଶମା ଜୀଙ୍କୁ ଟିକିଏ ସମ୍ମାନ ଦେବା ଉଚିତ୍‌ ଥିଲା । ତାଙ୍କ ସଙ୍ଗୀତ ପୂର୍ଣ୍ଣ ସମ୍ମାନର ହକ୍‌ଦାର । ଏହା ଗୀତର ସମ୍ପୂର୍ଣ୍ଣ ଖରାପ ପ୍ରଦର୍ଶନ ।’ 

‘ଆଖିୟାଁ ଦେ କୋଲ’କୁ ନେଇ ମିଳୁଥିବା ପ୍ରଶଂସାରେ କ୍ରିତି ଖୁବ୍‌ ଖୁସି । କିନ୍ତୁ ଅଦନାନଙ୍କ ଟ୍ୱିଟ୍‌ର ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏବେ ସେ ଫିଲ୍ମର ରିଲିଜ୍‌ ଉପରେ ପୂରା ଧ୍ୟାନ ଦେଉଛନ୍ତି । ଏ ମାମଲାରେ ଫ୍ୟାନ୍‌ ସୋସିଆଲ ମିଡିଆରେ କ୍ରିତିଙ୍କୁ ସମର୍ଥନ କରୁଛନ୍ତି । ‘ଆଖିୟାଁ ଦେ କୋଲ’ ଗୀତକୁ ତନିଷ୍କ ବାଗଚୀ ଓ ଶିଲ୍ପା ରାଓ ଗାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.