ମୁମ୍ବାଇ,୨୧।୬: ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ 'କୁବେରା' ରିଲିଜ ହୋଇଯାଇଛି। ଫିଲ୍ମରେ ନାଗାର୍ଜୁନଙ୍କ ବ୍ୟତୀତ ଧନୁଷ,ରଶ୍ମିକା ମନ୍ଦାନା ଏବଂ ଜିମ୍ ସର୍ବ ନଜର ଆସିଛନ୍ତି। ଫିଲ୍ମଟି ବିଭିନ୍ନ ପ୍ଲାଟଫର୍ମରେ ଚଳଚ୍ଚିତ୍ରଟି ଦୃଢ଼ ରେଟିଂ ପାଉଛି।
ସାକନିକଙ୍କ ଅନୁସାରେ, ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରଥମ ଦିନରେ ଘରୋଇ ବଜାରରେ 'କୁବେର' ୧ ୩କୋଟି ଟଙ୍କାର ମୋଟ୍ କଲେକ୍ସନ କରିଛି । ଚଳଚ୍ଚିତ୍ରଟି ନିର୍ଦ୍ଦେଶକ ଶେଖର କମ୍ମୁଲାଙ୍କ ପୂର୍ବ ଚଳଚ୍ଚିତ୍ର ଲଭ୍ ଷ୍ଟୋରୀ ଅପେକ୍ଷା ଭଲ ପ୍ରଦର୍ଶନ କରିଛି । ଏହି ଫିଲ୍ମ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । 'କୁବେରା' ଆମେରିକୀୟ ବିତରକ ପ୍ରଥୟାଙ୍ଗିରା ସିନେମାସ୍ ଅନୁଯାୟୀ, ଉତ୍ତର ଆମେରିକାରେ ଫିଲ୍ମଟି ପ୍ରଭାବଶାଳୀ ପ୍ରଦର୍ଶନ କରୁଛି । ସେମାନଙ୍କର ଅପଡେଟ୍ ଅନୁସାରେ, ଏପର୍ଯ୍ୟନ୍ତ 'କୁବେରା' ଉତ୍ତର ଆମେରିକାରେ $ ୯୦୦K ଆୟ କରିସାରିଛି ।
'କୁବେରା' ସହ ଆମୀର ଖାନଙ୍କ 'ସୀତାରେ ଜମିନ୍ ପର' ଏକାସାଙ୍ଗେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ଉଭୟ ଭିନ୍ନ କାହଣୀକୁ ଲୋକେ ପସନ୍ଦ କରିଛନ୍ତି ଏବଂ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ସୀତରେ ଜମିନ ପର ପ୍ରଥମ ଦିନରେ ୧୧ କୋଟି ଆୟ କରିଛି । ଯେତେବେଳେ କି କୁବେର ୧୩ କୋଟି । ବର୍ତ୍ତମାନ ୱିକେଣ୍ଡରେ ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।ରିଲିଜ ଦିନ, ଧନୁଷ ଏବଂ ତାଙ୍କ ପୁଅ ଲିଙ୍ଗା ଚେନ୍ନାଇର ରୋହିଣୀ ସିଲଭର ସ୍କ୍ରିନରେ ଫିଲ୍ମଟି ଦେଖିଥିଲେ । ଅନଲାଇନରେ ପ୍ରକାଶିତ ଭିଡିଓଗୁଡ଼ିକରେ, ଧନୁଷ ଭାବପ୍ରବଣ ହୋଇଥିବା ନଜର ଆସିଛନ୍ତି । ଗୋଟିଏ ଭିଡିଓରେ ତାଙ୍କ ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଏହି ସମୟରେ, ତାଙ୍କ ସୁରକ୍ଷା କର୍ମୀମାନେ ଭିଡ଼ ନିୟନ୍ତ୍ରଣ କରୁଥିବା ନଜର ଆସିଛନ୍ତି । 'କୁବେରା' ବିଷୟରେ କହିବାକୁ ଗଲେ, ସୁନୀଲ ନାରଙ୍ଗ ଏବଂ ପୁଷ୍କର ରାମ ମୋହନ ରାଓଙ୍କ ଦ୍ୱାରା ପ୍ରଯୋଜିତ ଏବଂ ସୋନାଲ ନାରଙ୍ଗଙ୍କ ଦ୍ୱାରା ପ୍ରଯୋଜିତ, ଏହି ଫିଲ୍ମରେ ଦେବୀ ଶ୍ରୀ ପ୍ରସାଦଙ୍କ ସଙ୍ଗୀତ ରହିଛି । 'କୁବେର' ପାୱର ଏବଂ ଟଙ୍କା ଉପରେ ଆଧାରିତ । ଏହା ଶେଖର କମୁଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ।