ନୂଆଦିଲ୍ଲୀ,୦୪/୦୪; ରାଜ୍ୟସଭା ଉପନେତା ପଦରୁ ରାଘବ ଚଡାଙ୍କୁ ହଟାଇଛି ଆମ୍ ଆଦମୀ ପାର୍ଟି । ଏହାପରେ ଆପ୍ର କାର୍ଯ୍ୟକାରିତା ଏବଂ ଆଭ୍ୟନ୍ତରୀଣ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି । ଅନେକ ବରିଷ୍ଠ ଆପ୍ ନେତା ରାଘବଙ୍କୁ ଗୃହରେ ସାଧାରଣ ଲୋକଙ୍କ ସହ ଜଡିତ ପ୍ରସଙ୍ଗରେ ନ କହିବା ଏବଂ ବିଜେପି ସରକାରଙ୍କୁ ପ୍ରଶ୍ନ ନ କରିବା ଅଭିଯୋଗ କରିଥିଲେ । ସେମାନେ ତାଙ୍କୁ ଦଳରୁ ବାହାରି କାମ କରିଥିବା ଅଭିଯୋଗ କରିଛନ୍ତି । ଏସବୁ ମଧ୍ୟରେ ଆପର ପ୍ରତିଷ୍ଠାତା ସଦସ୍ୟ ପ୍ରସିଦ୍ଧ ହିନ୍ଦୀ କବି କୁମାର ବିଶ୍ୱାସଙ୍କର ପ୍ରାୟ ଦେଢ଼ ବର୍ଷ ତଳର ଏକ ପୁରୁଣା ବୟାନ ଭାଇରାଲ ହେଉଛି । ଏଥିର ସେ ରାଘବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭବିଷ୍ୟବାଣୀ କରିଥିଲେ । ଖାଲି ସେତିକି ନୁହେଁ ଅଭିନେତ୍ରୀ ପରିଣୀତିଙ୍କୁ ବିବାହ କରିବାକୁ ମଧ୍ୟ ବାରଣ କରିଥିଲେ ।
ଏକ ପଡକାଷ୍ଟ ସାକ୍ଷାତକାର ସମୟରେ କୁମାର ବିଶ୍ୱାସ କହିଥିଲେ, ଆମ୍ ଆଦମୀ ପାର୍ଟିର ପରବର୍ତ୍ତୀ ଶିକାର କିଏ ହେବ ? ଶିକାର ହେଉଛି ସିଏ ଯାହାର କୌଣସି ଆତ୍ମସମ୍ମାନ ନାହିଁ କାରଣ ସେ ପ୍ରସିଦ୍ଧ ହୋଇଛି । ସେ ଜଣେ ନାୟିକାଙ୍କୁ ବିବାହ (ପରିଣୀତି ଚୋପ୍ରା) କରିଛନ୍ତି । ତାଙ୍କର ରିଲ୍ ଜୀବନ ଦେଖାଯିବା ଆରମ୍ଭ ହୋଇଛି । ଏହା ଦେଖାଯିବ ଉଚିତ୍ ନୁହେଁ । ଯେତେବେଳେ ସେ ବିବାହ କଲେ ମୁଁ ତାଙ୍କୁ କହିଥିଲି ଯେ,ସେ ସରିଗଲେ । ଏବେ ଏହି ଲୋକମାନେ (କେଜ୍ରିୱାଲ) ତାଙ୍କୁ ଯିବାକୁ ଦେବେ ନାହିଁ । କାରଣ ତୁମେ ଏତେ ଭୟଭୀତ ଯେ, ତୁମେ କାହାର ଆଭା ସହ୍ୟ କରିପାରିବ ନାହିଁ ।
ଏହା ବି ପଢନ୍ତୁ...'ତୁମେ ଡ଼ରିଯାଇଛ, ପିଆର ହେବା ବନ୍ଦ କର'... ରାଘବଙ୍କୁ ଅରବିନ୍ଦଙ୍କ ଆପ୍ର ଜବାବ
କୁମାର ବିଶ୍ୱାସ ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ସଦ୍ୟସମାନଙ୍କ ମଧ୍ୟରୁ ଜଣେ ଥିଲେ । ଦିଲ୍ଲୀରେ ଦଳ କ୍ଷମତାକୁ ଆସିବା ପରେ ତାଙ୍କର ଅରବିନ୍ଦ କେଜ୍ରିୱାଲ ଏବଂ ଦଳ ସହିତ ମତଭେଦ ହୋଇଥିଲା । ପରେ ସେ ଆପରୁ ଅଲଗା ହୋଇଯାଇଥିଲେ । ସେବେଠାରୁ ସେ ଅନେକ ଥର ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ କଠୋର ଆକ୍ରମଣ କରିଛନ୍ତି । ରାଜ୍ୟସଭା ଉପନେତା ପଦରୁ ହଟାଇବା ପରେ ଗତକାଲି ରାଘବ ଚଡା ଆପକୁ ପ୍ରଶ୍ନ କରିଥିଲେ ଗୃହରେ ଲୋକଙ୍କ ପ୍ରଶ୍ନ ଉଠାଇ ମୁଁ କଣ ଭୁଲ କରିଛି କି ? ମୁଁ ଚୁପ୍ ହୋଇଗଲି କିନ୍ତୁ ପରାସ୍ତ ହୋଇନାହିଁ ।