ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କୁଶପଲ୍ଲୀ ଗ୍ରାମ୍ୟ କମିଟି ସଭାପତି, କୋଷାଧ୍ୟକ୍ଷ ନିଖୋଜ; ଏସପି କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

Published By : Prameya | May 16, 2025 8:22 PM

ଛତ୍ରପୁର,୧୬/୦୫: ରମ୍ଭା ଥାନା କୁଶପଲ୍ଲୀ ଗାଁର ଗ୍ରାମକମିଟି ସଭାପତି ବଟ ବିଶ୍ୱାଳ, କୋଷାଧ୍ୟକ୍ଷ ପ୍ରକାଶ ବିଶ୍ୱାଳ ଏବଂ ସନତ ସାହୁ ଛତ୍ରପୁର ନିକଟ ହୂମ୍ବର ଗାଁକୁ କୌଣସି ଏକ ସାମାଜିକ କାର୍ଯ୍ୟକୁ ଯାଇ ଫେରିନାହାନ୍ତି। ଘଟଣାକୁ ନେଇ ଗ୍ରାମବାସୀ ଶୁକ୍ରବାର ଏସ ପି କାର୍ଯ୍ୟାଳୟ ଘେରାଉ କରିବା ସହ ତାଙ୍କୁ ଫେରାଇ ଆଣିବା ପାଇଁ ଦାବୀ କରିଛନ୍ତି। ତେବେ ଏହି ୩ ଜଣଙ୍କୁ ଗିରଫ କରାଯାଇଥିବା ଗ୍ରାମବାସୀଙ୍କୁ ସୂଚନା ଦେଇଛନ୍ତି ଅତିରିକ୍ତ ଏସ ପି ରଞ୍ଜିତ କୁମାର ପୃଷ୍ଟି। ଗାଁ ନିକଟରେ ଥିବା ଏକ ଘରୋଇ ଜମିର ସରକାରୀ ଭାବେ ଚିହ୍ନଟ ଅଞ୍ଚଳକୁ ଏହି ୩ଜଣ ସମେତ ଅନ୍ୟ କିଛି ଲୋକ ଭାଙ୍ଗି ଦେଇଥିବାରୁ ଘରୋଇ ମାଲିକାନାରେ ଥିବା ଜମି ମାଲିକଙ୍କ ଏତେଲା କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅତିରିକ୍ତ ଏସପି କହିଛନ୍ତି। ତେବେ ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନେ ଭାଙ୍ଗିବାର କୌଣସି ତଦନ୍ତ କରାନଯାଇ ଏକ ସାମାଜିକ କାର୍ଯ୍ୟରୁ ଜମି ମାଲିକ କଥାରେ କିପରି ଗିରଫ କରାଗଲା ବୋଲି ଗ୍ରାମବାସୀମାନେ ଲିଖିତ ଅଭିଯୋଗ କରିଛନ୍ତିl 

ଶହ ଶହ ବର୍ଷ ଧରି ଏହି ଜମିରେ ଗ୍ରାମବାସୀ ଗାଈ ଗୋରୁ ବାନ୍ଧିବା ସହ ଚାମଣ୍ଡା ଠାକୁରାଣୀ ଙ୍କ ସାମାଜିକ କାର୍ଯ୍ୟ କରାଯାଇଆସୁଛନ୍ତି। ସୂଚନାଯୋଗ୍ୟ ଉକ୍ତ ଜମି ଜଣେ ବ୍ୟକ୍ତିଙ୍କ ନାଁ ରେ ପଟ୍ଟା ହୋଇଥିବା ବେଳେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ କୋର୍ଟରେ ଏନେଇ ଦାୟର କରିଥିବା ମକଦ୍ଦମା ନାକଚ ହୋଇଯାଇଥିଲା। ଏହାପରେ କୋର୍ଟଙ୍କ ଆଦେଶ କ୍ରମେ ଏହି ଜମି ଚିହଟ କରିଥିଲା ପ୍ରଶାସନ। ତେବେ ସ୍ଥାନଟିକୁ ଚିହ୍ନଟ କରିବା ପାଇଁ ପୋତାଯାଇଥିବା ଖୁଣ୍ଟ ଗୁଡିକୁ ଗ୍ରାମବାସୀ ଭାଙ୍ଗିଦେଇଥିବା ଜମି ମାଲିକ ଥାନାରେ ଅଭିଯୋଗ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.