ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ, SRCଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ ଦିଆଯିବ କ୍ଷତିପୂରଣ

Published By : Rasmita Pradhan | October 26, 2024 1:13 PM

ଭୁବନେଶ୍ଵର, ୨୬/୧୦ : ବାତ୍ୟା କ୍ଷୟକ୍ଷତି ନେଇ କୃଷି ମନ୍ତ୍ରୀ କେଭି ସିଂହଦେଓଙ୍କ ପ୍ରତିକ୍ରିୟା। ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା, ଯାଜପୁର   ବାଲେଶ୍ଵର ଓ ଭଦ୍ରକରେ ଚାଷ ଜମି ଅଧିକ ପ୍ରଭାବିତ ହୋଇଛି। ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି। ସର୍ବାଧିକ ରାଜକନିକା, ଆଳି, ମହାକାଳପଡ଼ା କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି। ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରି, ଧାମନଗରରେ କ୍ଷତି ହୋଇଛି। ବାଲେଶ୍ଵରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି। ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୭୦୯, ଜତସିଂହପୁର ୨୪୯୮ ହେକ୍ଟର ଜମି କ୍ଷୟକ୍ଷତି ହୋଇଛି।

କୃଷି ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି। ବର୍ଷା କମିଲା ପରେ ଫିଲ୍ଡକୁ ଯାଇ ଜିଓ ଟ୍ୟାଗିଂ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ, SRC ଓ କୃଷି ବିଭାଗ ରିପୋର୍ଟ ଦେଖି ନିଷ୍ପତ୍ତି ନେବେ। ଏସଆରସିଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ଏସଆରସିଙ୍କୁ ଦିଆଯିବ। ଡିବିଟି ମାଧ୍ୟରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ। ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି। ଧରାପଡ଼ିଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ଗତକାଲି ୯୦% ବିଦ୍ୟୁତ କାମ ସରିଛି। ବର୍ଷା ପାଇଁ ୧୦% ରହିଯାଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.