ଭୁବନେଶ୍ଵର, ୧୩/୧୧ : କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ବମ୍ପର ଭର୍ତ୍ତି। ସାରା ଦେଶରେ ଟିଚିଂ ଓ ନନ୍‌ଟିଚିଂ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ। ନଭେମ୍ଵର ୧୪ରୁ ଅନଲାଇନ୍ ଆବେଦନ। ଏଥର ସିବିଏସଇ ପରୀକ୍ଷା ଆୟୋଜନ କରୁଛି। ବିଜ୍ଞପ୍ତି ପ୍ରକାଶ ଠାରୁ ନେଇ ଲିଖିତ ପରୀକ୍ଷା ସଂଚାଳନ ଯାଏଁ ସିବିଏସଇ ସବୁ କରିବ। ଚାକିରି ପାଇଁ ଆଶାୟୀ ପ୍ରାର୍ଥୀମାନେ www.cbse.gov.in ଏବଂ kvsangathan.nic.in କିମ୍ଵା navodaya.gov.in ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ। ଡିସେମ୍ଵର ୪ ଶେଷ ତାରିଖ ରହିଛି। 

​​​​​​​

ସିବିଏସଇ ଏବେ ଏକ କମ୍ଵାଇନ୍ ସଟ୍ ନୋଟିଫିକେସନ ଜାରି କରିଛି। ସନ୍ଧ୍ୟାରେ ଏହାର ବିସ୍ତୃତ ନୋଟିସ୍ ଜାରି କରିବ। କେତେ ପଦବୀରେ ଭର୍ତ୍ତି ହେବ ତାହା ବିସ୍ତୃତ ବିଜ୍ଞପ୍ତିରୁ ଜଣାପଡ଼ିବ। ତେବେ ଟିଜିଟି, ପିଜିଟି, ପିଆରଟି ଶିକ୍ଷକ ସମେତ ହଜାର ହଜାର ପଦବୀରେ ଭର୍ତ୍ତି ହେବାର ସମ୍ଭାବନା ରହିଛି। ଏଥର କେନ୍ଦ୍ରୀୟ ବିଦ୍ୟାଳୟରେ ଭର୍ତ୍ତି ୩ଟି ପର୍ଯ୍ୟାୟରେ ହେବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଚୟନ ପ୍ରକ୍ରିୟା ହେଉଥିଲା। ହେଲେ ଏବେ ପ୍ରିଲିମ୍, ମେନ୍ ଏବଂ ଇଣ୍ଟର୍ଭ୍ୟୁ ହେବ ବୋଲି ଆଲୋଚନା ହେଉଛି।