ମୁମ୍ବାଇ,୨୮/୬ : ଅଭିନେତା ସତେନ୍ଦ୍ର ସୋନୀ । ‘ଲାପତା ଲେଡିଜ’ ଏବଂ ‘ମିର୍ଜାପୁର’ରେ ନିଜ ଚରିତ୍ର ଲାଗି ବେଶ୍ ଜଣାଶୁଣା। ସେ ଏବେ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ଏହି ଚର୍ଚ୍ଚା ତାଙ୍କର କୌଣସି ସିନେମା ପାଇଁ ନୁହେଁ ବରଂ ତାଙ୍କୁ ମିଳିଥିବା ହତ୍ୟା ଧମକ ଲାଗି । ଯାହାର ଖୁଲାସା ସେ ନିଜେ ସୋସିଆଲ ମିଡ଼ିଆ ମାଧ୍ୟମରେ କରିଛନ୍ତି । ଆପଣ ଏହି ଲେଖା ପଢିବା ପରେ ଭାବୁଥିବେ ତାଙ୍କୁ କାହିଁକି କିଏ ହତ୍ୟା ଧମକ ଦେବ । କିନ୍ତୁ ଏହି ଘଟଣାର ସତ୍ୟତା ତାଙ୍କର ଏକ ଇମୋଶନାଲ ଭିଡ଼ିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି । ଯାହାକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାରେ । ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା।

ନିଜ ସୋସିଆଲ ମିଡ଼ିଆରେ ଏକ ଇମୋଶନାଲ ଭିଡ଼ିଓ ସେୟାର କରିଥିଲେ ସତେନ୍ଦ୍ର । ଏହି ଭିଡ଼ିଓରେ ସେ ଅଭିଯୋଗ ଲଗାଇଥିଲେ କି ମଧ୍ୟପ୍ରଦେଶରେ ଏକ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥିଲା । ଭିଡ଼ିଓରେ ସତେନ୍ଦ୍ର ଦାବି କରିଥିଲେ କି ନିର୍ଦ୍ଦେଶକ ପୁଷ୍ପେନ୍ଦ୍ର ସିଂହ ତାଙ୍କୁ ଏବଂ କେତେକ ଚରିତ୍ର ଅଭିନେତାଙ୍କୁ ପ୍ରୋଜେକ୍ଟରୁ ବାହାର କରିଦେଲେ । କାରଣ ତାଙ୍କୁ ୮ଦିନର କାମ ଲାଗି ପେମେଣ୍ଟ ମାଗିଥିଲେ । ସେ ଏହା ବି ଅଭିଯୋଗ ଲଗାଇଛନ୍ତି କି ପୁଷ୍ପେନ୍ଦ୍ର ତାଙ୍କୁ ଜୀବନରୁ ମାରିବାକୁ ଧମକ ବି ଦେଇଛନ୍ତି । ସତ୍ୟେନ୍ଦ୍ରଙ୍କ ଏହି ଭିଡ଼ିଓ ଭାଇରାଲ ହେବା ପରେ ପ୍ରାୟ ଲୋକ ତାଙ୍କ ସପୋର୍ଟରେ ଆସିଥିଲେ ଏବଂ ପୋଲିସର ସାହାଯ୍ୟରେ ଏବେ ସେ ମୁମ୍ବାଇରେ ପହଞ୍ଚିଛନ୍ତି ।

ଅଭିନେତା ସତେନ୍ଦ୍ର ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି କି ସୁଟିଂ ପରେ ଯେତେବେଳେ ତାଙ୍କୁ ଟଙ୍କା ମାଗିଥିଲେ ତ ଫିଲ୍ମର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ତାଙ୍କୁ ଧମକ ଦେଇଥିଲେ। ସତେନ୍ଦ୍ର ସୋନୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ ‘ଅଲ ଇଣ୍ଡିଆ ସିନେ ଓ୍ବାର୍କ୍ସ ଆସୋସିଏଶନ’ ମଧ୍ୟପ୍ରଦେଶ ସରକାରଙ୍କୁ ଫିଲ୍ମ ‘ପେଡ଼ ପାଲକୀ’ର ମେକର୍ସଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ । ଅଭିନେତା ସତେନ୍ଦ୍ର ସୋନୀ ଇନଷ୍ଟାଗ୍ରାମ ଭିଡ଼ିଓରେ କହିଥିଲେ କି, ମୁଁ ପୁଷ୍ପେନ୍ଦ୍ର ସିଂହଙ୍କ ଫିଲ୍ମ ‘ପେଡ଼ ପାଲକୀ’ ଲାଗି ମେହର ଆସିଥିଲି । ସେ ମୋତେ ସାଇନିଂ ଆମାଉଣ୍ଟ ଭାବେ ୫୦,୦୦୦ ଟଙ୍କା ଦେଇଥିଲେ। ଏହାପରେ ସେ କହିଥିଲେ କି ସୁଟିଂ ସମୟରେ ଆମକୁ ଟଙ୍କା ଦିଆଯିବ । ସୁଟିଂ ଆରମ୍ଭ ହେବାର ୮ଦିନ ହୋଇସାରିଛି ଏବଂ ଯେତେବେଳେ ମୁଁ ତାଙ୍କୁ ଟଙ୍କା ମାଗିଥିଲି ମୋତେ ପ୍ୟାକ-ଅପ କରିବାକୁ ଏବଂ ହୋଟେଲ ଛାଡ଼ିବା ଲାଗି କହିଥିଲେ । ସେ ମୋତେ ଜୀବନରୁ ମାରିବାକୁ ଧମକ ବି ଦେଇଥିଲେ ।

ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଇଣ୍ଡଷ୍ଟ୍ରିରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ କେତେକ ନାମୀଦାମୀ ଲୋକ ଅଭିନେତାଙ୍କ ସପୋର୍ଟ କରିଥିଲେ । ଯାହାପରେ ଅଭିନେତା ସଫଳତାର ସହ ଏବେ ମୁମ୍ବାଇରେ ପହଞ୍ଚିଛନ୍ତି । ମୁମ୍ବାଇରେ ପହଞ୍ଚିବା କ୍ଷଣି ସତେନ୍ଦ୍ର ଭିଡ଼ିଓ ସେୟାର କରିଥିଲେ ଏବଂ କ୍ୟାପଶନରେ ଲେଖିଥିଲେ କି ‘ମୁଁ ମୁମ୍ବାଇ ସୁରକ୍ଷିତ ପହଞ୍ଚି ଯାଇଛି । ବହୁତ ବହୁତ ଧନ୍ୟବାଦ ମୋତେ ଯେଉଁମାନେ ସାହାଯ୍ୟ କରିଛନ୍ତି ।‘

ଆହୁରି ପଢନ୍ତୁ : ‘ଓ୍ବେଲକମ ଟୁ ଦ ଜଙ୍ଗଲ’ର ଟିଜରରେ ନଜର ଆସିଲେ ଏହି ୫ ଅଭିନେତା, କିନ୍ତୁ ଫିଲ୍ମରୁ ଗାୟବ