ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରେମିକାଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଲବ ହାଁସଦା; କହିଲେ ସତ ଦିନେ ନା ଦିନେ ସାମ୍ନାକୁ ଆସିବ...

Published By : Rasmita Pradhan | June 25, 2025 10:40 AM

ଭୁବନେଶ୍ଵର, ୨୫/୬ : ପ୍ରେମିକା ସଲୋମୀଙ୍କ ମୃତ୍ୟୁର ଏକ ମାସ ପରେ ସାମ୍ନାକୁ ଆସିଲେ ଓଡ଼ିଆ ଟ୍ରାଭେଲ ବ୍ଲଗର ଲବ ହାଁସଦା । ନିଜ ଓଡ଼ିଆ ଟ୍ରାଭେଲର ବ୍ଲଗ୍ ଫେସବୁକ ପେଜରେ ଦେଲେ ସ୍ପଷ୍ଟୋକ୍ତି। ପ୍ରେମିକା ସଲୋମୀଙ୍କ ମୃତ୍ୟୁକୁ ନେଇ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ୭ ମିନିଟ୍ ୩୧ ସେକେଣ୍ଡର ଏହି ଭିଡିଓରେ ବିଗତ ଦିନରେ ତାଙ୍କ ଉପରେ କ'ଣ ବିତିଛି ସେ କହିଛନ୍ତି। ଏହା ସହିତ ସେ ନିଜ ପକ୍ଷ ରଖିବାକୁ ଯାଇ କହିଛନ୍ତି ଯେ, ଏହି ଘଟଣା ବେଳେ ସେ ଭିଏତନାମରେ ଥିଲେ। ଭାରତ ଆସିବା ପରେ ସେ ପୁଲିସକୁ ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ସଲୋମୀ ତାଙ୍କ ଅତୀତ ଏବଂ ତାଙ୍କ ପ୍ରଥମ ବିବାହ ବିଷୟରେ ସବୁକିଛି ଜାଣିଥିଲେ। ମୁଁ କୌଣସି ନିର୍ଯାତନା ଦେଇନି । ଏମିତି କିଛି ମୁଁ ଭୁଲ କରିନି ଯେ ଜଣକ ଜୀବନ ଚାଲିଯିବ । ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି ଲବ।

ପ୍ରାୟ ଏକ ମାସ ତଳେ ପ୍ରେମିକା ସଲୋମୀଙ୍କ ଆତ୍ମହତ୍ୟା ପରେ ଚର୍ଚ୍ଚିତ ୟୁଟ୍ୟୁବର ବିବାଦ ଘେରକୁ ଆସିଥିଲେ। ସାଲୋମୀଙ୍କ ଭାଇ ଅଭିଯୋଗ କରିଥିଲେ ଯେ, ଲବ ସଲୋମୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଅଶ୍ଳୀଳ  ଭାଷରେ ଗାଳି ଗୁଲଜ କରୁଥିଲେ। ସଲୋମୀଙ୍କ ସୋସିଆଲ ମିଡିଆର ପାସୱାର୍ଡ ରଖିଥିଲେ। ସେ ଯଦି ଅନ୍ୟ କୌଣସି ବ୍ୟକ୍ତି ସହ ଚାଟ୍ କରୁଥିଲେ ତେବେ ଲବ ସେହି କଥାକୁ ନେଇ ସଲୋମୀଙ୍କୁ ଗାଳିମନ୍ଦ କରୁଥିଲେ। ତାଙ୍କ ଚରିତ୍ରସଂହାର କରୁଥିଲେ। ଲବଙ୍କ ନିର୍ଯାତନା ସହିନପାରି ଶେଷରେ ସଲୋମୀ ଆତ୍ମହତ୍ୟା କରିଥିଲେ। ଭଉଣୀ ମୃତ ପଛରେ ଲବଙ୍କର ହାତ ଥିବା ଏତଲାରେ ଦର୍ଶାଇଥିଲେ। ତେବେ ଲବଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ବେଙ୍ଗାଲୁରୁର ଏଚ୍‌ଏସଆର ଲେ-ଆଉଟ୍‌ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 

ଏହି ଖବରଟିକୁ ପଢନ୍ତୁ-ପ୍ରେମିକାଙ୍କୁ ନିର୍ଯାତନା ଦେଉଥିଲେ ଲବ ହାଂସଦା, ଅଭିଯୋଗ ଆଣିଲେ ମୃତ ପ୍ରେମିକାଙ୍କ ଭାଇ




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.