ଚିକିଟି , ୬।୧୨ : ଗଞ୍ଜାମରେ ଦାଦନ ଦୁଃଖ। ଚେନ୍ନାଇ କାମ କରିବାକୁ ଯାଇଥିବା ବେଳେ ଯୁବକ ମୃତ। ଯୁବକ ଜଣକ ହେଲେ ସୋରଳ ଗ୍ରାମର ପଦ୍ମନାଭ ବେହେରା( ୫୦)। ସେ ଚେନ୍ନାଇରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।

କାମଅନ୍ବେଷଣରେ ସୋରଳ ଗ୍ରାମ ପଦ୍ମନାଭ ବେହେରା ଚେନ୍ନାଇର ଏମ ଆର ନଗର ଅଞ୍ଚଳର ଏକ କ୍ୟାଣ୍ଟିନର ଟ୍ରାନ୍ସପୋର୍ଟ କମ୍ପାନୀରେ ଏସଆଇଏସ ସିକ୍ୟୁରିଟି ଭାବେ କାମ କରୁଥିଲେ। ଗତ ୩ତାରିକ ଦ୍ବିପହରେ ହଠାତମୁଣ୍ଡ ବୁଲାଇ ତଳେ ପଡ଼ି ମୃତ୍ୟୁ ହୋଇଥିବା ତାଙ୍କ ପରିବାରକୁ କମ୍ପାନୀ ସୂଚନା ଦେଇଥିଲା । ଚେନ୍ନାଇରେ ଶବବ୍ୟବଛେଦ କରାଯାଇ ନିଜ ଗାଁ ସୋରଳକୁ ମୃତଦେହ ଅଣାଇଥିଲା।

ସୂଚନାଯୋଗ୍ୟ ଯେ, ସୋରଳ ଗ୍ରାମପଞ୍ଚାୟତର ୭୦ ପ୍ରତିଶତ ଲୋକ ଦାଦନ ଖଟିବାପାଇଁ ଚେନ୍ନାଇର ବିଭିନ୍ନ ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। କାରଣ ଏଠାରେ ପେଟ ଚାଖଣ୍ଡକ ଚଳିବା ପାଇଁ ପଞ୍ଚାୟତତରଫରୁ କୌଣସି ସୁବିଧାସୁଯୋଗ ନାହିଁ, ତେଣୁ ସୋରଳଅଞ୍ଚଳର ଲୋକମାନେ ଚେନ୍ନାଇରେ ଅଧିକ ଦି"ପଇସା ରୋଜଗାର କରିବା ଆଶାରେ ଦିନମଜୁରିଆ ଭାବେ କାମକରିବା ପାଇଁ ଚେନାଇ ଯାଇଥାନ୍ତି।