ମୁମ୍ବାଇ,୧୬/୬ : ଅମୀର ଖାନଙ୍କ ଫିଲ୍ମ ‘ଲଗାନ’କୁ ଭୁଲିବା ସହଜ ନୁହେଁ । ଭାରତୀୟ ସିନେମାର ଏହା ସେହି ସିନେମା ଅଟେ ଯେଉଁଥିରେ ବହୁ କଳାକାର ନଜର ଆସିଥିଲେ। ଫିଲ୍ମରେ ସମସ୍ତେ ନିଜ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଫିଲ୍ମ ପରେ ସମସ୍ତଙ୍କୁ ସେହି ଷ୍ଟାରଡମ୍ ମିଳିନଥିଲା ଯାହାର ସେମାନେ ହକଦାର୍ ଥିଲେ। କିଛି କଳାକାର ସିନେମା ଦୃଶ୍ୟରେ ଉଜ୍ଜ୍ୱଳ ଭାବରେ ଚମକ ଦେଖାଇଥିଲେ, କିନ୍ତୁ କିଛି ଏଭଳି ଥିଲେ ଯେଉଁମାନେ ଚମକରେ ହଜି ଯାଇଥିଲେ। ଫିଲ୍ମରେ ଏଭଳି ଜଣେ ଚରିତ୍ର ଥିଲେ । ଯାହାଙ୍କୁ ଫିଲ୍ମରେ ପ୍ରଶଂସା ବହୁତ ମିଳିଥିଲା କିନ୍ତୁ ଏହାପରେ ଗୁରୁତ୍ୱପୂର୍ଣ୍ଣ କାମ ମିଳିପାରିଲା ନାହିଁ। ୨୦୦୧ରେ ରିଲିଜ ହୋଇଥିବା ଲଗାନର ସେହି ଅଭିଜ୍ଞତା ଉପରେ ଏବେ ସେହି କଳାକାର ଖୋଲି କି କହିଛନ୍ତି ଏବଂ ତାଙ୍କ କ୍ୟାରିୟର ସହ ଯୋଡ଼ି ହୋଇଥିବା ଆଶ୍ଚର୍ଯ୍ୟ ଜନକ କଥା ବି ସେୟାର କରିଛନ୍ତି ।
ଏହି କଳାକାର ହେଉଛନ୍ତି ଅମିନ ହାଜି । ଯିଏ ଲଗାନରେ ବାଘା ଭୂମିକାରେ ନଜର ଆସିଥିଲେ । ପିଟିଆଇ ସହ ଏକ ସାକ୍ଷାତକାର ସମୟରେ ଅମିନ ହାଜି କହିଛନ୍ତି ଯେ, 'ଲାଗାନ'ରେ କାମ କରିବା ତାଙ୍କ ପାଇଁ ଏକ ବିଶେଷ ଅନୁଭୂତି ଥିଲା। କିନ୍ତୁ ଏହି ଚଳଚ୍ଚିତ୍ର ଜଣେ ଅଭିନେତା ଭାବରେ ତାଙ୍କର ସ୍ତରକୁ ବହୁତ ଉଚ୍ଚରେ ସ୍ଥିର କରିଥିଲା । ଯାହା ପରେ ତାଙ୍କ ନିକଟକୁ ଆସିଥିବା ଅଧିକାଂଶ ଭୂମିକା ଦୁର୍ବଳ ଦେଖାଯିବାକୁ ଲାଗିଲା । ଅମିନ କହିଛନ୍ତି, 'ଲାଗାନ୍' ଜଣେ ଅଭିନେତା ଭାବେ ମୋ ପାଇଁ ମୋର ଷ୍ଟାଣ୍ଡାଣ୍ଡ୍ ବହୁତ ଉଚ୍ଚ କରିଦେଇଥିଲା । ଫିଲ୍ମର କାହାଣୀ ଏତେ ସୁନ୍ଦର ଥିଲା କି ସେଥିରେ ପ୍ରତ୍ୟେକ କଳାକାର ନିଜେ ଜଣେ ଜଣେ ହିରୋ ଥିଲେ । ଏହାପରେ ମୋ ପାଇଁ ଯାହା କିଛି ଭୂମିକା ଆସିଲା ସେମାନେ 'ଲଗାନ୍' ତୁଳନାରେ କୌଣସି ସ୍ଥାନରେ ନ ଥିଲେ । ସେଥିପାଇଁ ମୁଁ କହୁଛି ଏହି ଚଳଚ୍ଚିତ୍ର ମୋତେ ବୃତ୍ତିଗତ ଭାବେ ନଷ୍ଟ କରିଦେଇଛି ।
ଫିଲ୍ମରେ ଅମୀନ ବାଘା ଚରିତ୍ର ନିଭାଇଥିଲେ, ଯିଏ କହିପାରୁନଥିଲେ ଏବଂ ଶୁଣିପାରୁନଥିଲେ । କ୍ରିକେଟ ମ୍ୟାଚ୍ ସମୟରେ ବାଘା ଟିମର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେହି କାରଣରୁ ଆଜି ବି ‘ଲଗାନ’ର ସବୁଠାରୁ ପସନ୍ଦିତା ଚରିତ୍ରରୁ ବାଗାର ନା ସାମିଲ କରାଯାଇଥାଏ ।