ପ୍ରମୂଖ ଖବର
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ଵେ ଚତୁର୍ଦ୍ଦଶୀ ବୁଡ଼ ପକାଇବାକୁ ପାପନାଶିନୀ ଝରଣାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

Published By : Prameya | May 11, 2025 4:37 PM

ଖପ୍ରାଖୋଲ,୧୧/୫ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ତୀର୍ଥ କ୍ଷେତ୍ର ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହେଉଅଛି । ମେଳା ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ତେଣୁ ଗଙ୍ଗା ରୂପି ପବିତ୍ର ଝରଣା ପାଣିରେ ଶ୍ରଦ୍ଧାଳୁ ଓ ମାନସିକ ଧାରିମାନେ ଚତୁର୍ଦ୍ଦଶୀ ବୁଡ଼ ପକାଇ ପୁଣ୍ଣ୍ୟ ଅର୍ଜନ ସହ ବିଭିନ୍ନ ରୋଗ ଦାଉରୁ ମୁକ୍ତି ମିଳିଥାଏ ବୋଲି ପୁରାତନ ଯୁଗରୁ ବିଶ୍ୱାସ ରହିଛି । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ମେଳାରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏହାସହ ଗଙ୍ଗା ରୂପି ପାପନାଶିନୀ ଝରଣା ପାଣିରେ ପ୍ରଭୁ ହରି ଓ ଶଙ୍କରଙ୍କ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ରହି ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ଵେ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି । 

ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କୁଲୁତ ସମାଜ, ଭୁଲିଆ ସମାଜ, କୁମ୍ଭାର ସମାଜର ସଦସ୍ୟମାନେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମାଗଣା ଅର୍ଣ୍ଣ ସେବା ଯୋଗାଇ ଦେଉଥିବା ଜଣାପଡିଛି ।  ପୁଣି ସତ୍ୟସାଇ ସେବା ଅନୁଷ୍ଠାନ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଜଳ ଯୋଗାଣ, ଦହି ପାଣି, ସର୍ବତ ପାଣି ମେଳାକୁ ଆସିଥିବା ଲୋକଙ୍କ ପାଇଁ ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଝରଣା ପାଣିରେ ଭକ୍ତ ବୁଡ଼ ପକାଇବା ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । 

ପୁଣି ପ୍ରଭୁ ହରି ଶଙ୍କରଙ୍କ ଦର୍ଶନ କରୁଥିବା ଭକ୍ତଙ୍କ ପାଇଁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଆବଶ୍ୟକ ଛାଉଣୀ ଓ ତଳେ ମେଟ୍ ବ୍ୟବସ୍ଥା କରାଯାଇନଥିବାରୁ ଭକ୍ତମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ପ୍ରଭୁଙ୍କ ଦର୍ଶନ କରିବାରୁ ଅନେକ ଭକ୍ତ ବଞ୍ଚିତ ରହୁଥିବା ଅଭିଯୋଗ ଉଠୁଛି । ତେଣୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.