ଭୁବନେଶ୍ୱର,୧୮/୦୪: ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ  ଗହଣା ପ୍ରତିଷ୍ଠାନ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଅଫର  ଆରମ୍ଭ କରାଯାଇଛି । ସମସ୍ତ ୨୨ କ୍ୟାରେଟ୍‌ ଏଚ୍‌ୟୁଆଇଡି ହଲ୍‌ମାକ୍‌ର୍ ସୁନା  ଏବଂ ହୀରା ଗହଣା ଉପରେ ଗ୍ରାମ୍‌ ପ୍ରତି ମେକିଂ ଚାର୍ଜ ଫ୍ଲାଟ୍‌ ୯୯୯ ଟଙ୍କା ରଖାଯାଇଛି । ଏହା ସହିତ ନିର୍ଦ୍ଦିଷ୍ଟ ୨୨ କ୍ୟାରେଟ୍‌ ଏଚ୍‌ୟୁଆଇଡି ସୁନା  ଅଳଙ୍କାର ଉପରେ ମେକିଂ ଚାର୍ଜ ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୯୯ ଟଙ୍କା ରଖାଯାଇଛି । ଏହା ସହିତ ଏକ ଲକ୍ଷ ଟଙ୍କା ମୂଲ୍ୟର ହୀରା ଅଳଙ୍କାର କ୍ରୟ କଲେ ଏକ  ସ୍ୱର୍ଣ୍ଣ ମୁଦ୍ରା ମାଗଣା ମିଳିବ ଏବଂ ୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର  କ୍ରୟରେ ମଧ୍ୟ ଏକ ସ୍ୱର୍ଣ୍ଣ ମୁଦ୍ରା ମାଗଣା ଦିଆଯିବ । ୨୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର କ୍ରୟରେ  ଗ୍ରାହକ ମାଗଣା ଉପହାର ପାଇବେ । ସେହିପରି  ରୁପା ଅଳଙ୍କାର ଗଢ଼ା ମଜୁରିରେ ୫୦% ରିହାତି,  ବ୍ରାଣ୍ଡେଡ୍‌ ରୁପା ସାମଗ୍ରୀ ଉପରେ ୧୫% ରିହାତି  ଏବଂ ନିର୍ଦ୍ଦିଷ୍ଟ ହାତଘଣ୍ଟାର ଏମ୍‌ଆର୍‌ପି ଉପରେ ୨୦% ରିହାତି ଘୋଷଣା  କରାଯାଇଛି । ଲାଲଚାନ୍ଦ ପୁରୁଣା ଏଚ୍‌ୟୁଆଇଡି ସୁନା ଅଳଙ୍କାର ବଦଳରେ  ୧୦୦% ସୁନା ମୂଲ୍ୟ ପ୍ରଦାନ କରୁଛି ।  

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ ଲାଲ୍‌ଚାନ୍ଦ୍‌ ନିଜର ହୀରା ଅଳଙ୍କାର  ସଂଗ୍ରହ "ଆରୋହୀ’ ପାଇଁ ଏକ ସ୍ୱତନ୍ତ୍ର ଷ୍ଟୋର୍‌ ଖୋଲିଛି । ସବୁଠୁ ବଡ଼ କଥା ହେଲା ହୀରା ଅଳଙ୍କାର ମାତ୍ର ୭ ହଜାର ଟଙ୍କାରୁ ଆରମ୍ଭ । ନିରନ୍ତର ବୃଦ୍ଧି ପାଉଥିବା ସୁନା ଦରରୁ ଗ୍ରାହକଙ୍କୁ ସୁରକ୍ଷା ଦେବାପାଇଁ ଲାଲ୍‌ଚାନ୍ଦ୍‌ରେ  ରହିଛି ଅଗ୍ରିମ୍‌ ଗୋଲ୍ଡ ବୁକିଂ ଅଫର । ଯେଉଁଦିନ ଗ୍ରାହକ ଅଳଙ୍କାର  କ୍ରୟ କରିବେ, ସେହି ଦିନ ଓ ବୁକିଂ ଦିନର ଦର ମଧ୍ୟରୁ ଯେଉଁଟି କମ୍‌  ହେବ, ସେହି ଦର ଲାଗୁ ହେବ । ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା  ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ, ଏପ୍ରିଲ୍‌, ମେ’ ଓ ଜୁନ୍‌ ମାସ ପାଇଁ  ପରବର୍ତ୍ତୀ ଲକ୍ଷପତି ଲକି ଡ୍ର ଜୁଲାଇ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ।  ଯେଉଁଥିରେ ମେଗା ଲକି ଡ୍ର "ଏମ୍‌ଜି ୱିଣ୍ଡ୍‌ସର’ କାର୍‌ର ମଧ୍ୟ ଉଠାଣ  ହୋଇ ବିଜେତା ଚୟନ କରାଯିବ ।