ବେତନଟୀ,୦୧/୧୧: ମୟୂରଭଞ୍ଜ  ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର କିଛି  ଅନ୍ତଃଜିଲ୍ଲା ଜମିମାଫିଆ ଚଞ୍ଚକତା କରି  ଅପହରଣ ପୂର୍ବକ ବଡ଼ ଧରଣର  ଲୁଟ ରାକେଟ୍‌ ଚଳାଇଛନ୍ତି । ଶୁକ୍ରବାର  ରାତିରେ ମୟୂରଭଞ୍ଜ ଏସ୍‌ପି ବରୁଣ  ଗୁଣ୍ଠୁପଲ୍ଲୀ, ମୋରଡା ଥାନାଧିକାରୀ ସୁମିତ କୁମାର ସୋରେନ, ରାସଗୋବିନ୍ଦପୁର  ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ  ସମେତ ପୁଲିସ ବିଭାଗର ଦକ୍ଷ  ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର  ଟିମ ବାଲେଶ୍ୱର ଜିଲ୍ଲା ରୁପ୍‌ସା ସମେତ  ବିଭିନ୍ନ ସ୍ଥାନରେ ଚଢଉ କରିଛି । ପୁଲିସ  ଏହି ଲୁଟ ରାକେଟରେ ସମ୍ପୃକ୍ତ ଏକାଧିକ  ଅନ୍ତଃଜିଲ୍ଲା ଅଭିଯୁକ୍ତଙ୍କୁ ଉଠାଇନେଇ  ଏକ ଅଜ୍ଞାତ ସ୍ଥାନରେ ଅଟକରଖି  ପଚରାଉଚରା କରୁଥିବା ସମ୍ପର୍କରେ  ବିଶେଷ ସୂତ୍ରରୁ ଖବର ମିଳିଛି । 

ଏଭଳି ଏକ ସମ୍ୱେଦନଶୀଳ  ଘଟଣାକୁ ନେଇ ମୟୂରଭଞ୍ଜ ପୁଲିସ ସନ୍ଦିଗ୍ଧମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବାରୁ ପୁଲିସ  ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି  ନାହିଁ। ପୁଲିସ ବିଭାଗର ଜଣେ କର୍ମଚାରୀ  ଭିଆର୍‌ଏସ୍‌ ନେଇ ଜମି କେଳେଙ୍କାରୀର  ମୁଖ୍ୟ କାର୍ପଟଦାର ବୋଲି ଅସମର୍ଥିତ ସୂତ୍ରରୁ ଶୁଣିବାକୁ ମିଳୁଛି ।