ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ରକ୍ତତୀର୍ଥ ପାପଡ଼ାହାଣ୍ଡି ସହୀଦ ପୀଠ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

Published By : Gurupada Nath | May 30, 2025 7:40 PM

ନବରଙ୍ଗପୁର,୩୦/୫ : ନବରଙ୍ଗପୁର ଜିଲ୍ଲାର ରକ୍ତତୀର୍ଥ ପାପଡାହାଣ୍ଡୀ ସହୀଦ ପୀଠର ଭିତ୍ତିଭୂମୀର ବିକାଶ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନୂତନ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ତହସିଲଦାର ତପନ କୁମାର ନାୟକ, ରାଜସ୍ବ ବିଭାଗର ସୁପରଭାଇଜର ଦେବେନ୍ଦ୍ର ମାଝୀ, ସହୀଦ ସ୍ମୃତି ସଂସଦର ଅଧ୍ୟକ୍ଷ ମୁନ୍ନା ତ୍ରିପାଠୀ, ବ୍ଲକଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ପାପଡାହାଣ୍ଡି ତହସିଲର ବିଭିନ୍ନ ସରକାରୀ ଜମି ପରିଦର୍ଶନ କରିଛନ୍ତି। 

ସେଥୁରୁ ପାପାଡାହାଣ୍ଡିର କେନ୍ଦୁଗୁଡା ନିକଟ ଉମରକୋଟ ରାସ୍ତା ପାର୍ଶ୍ଵରେ ଥିବା ପ୍ରାୟ ୨୫ଏକର ସରକାରୀ ଜମିକୁ ପରିଦର୍ଶନ କରିଛନ୍ତି । ସେଭଳି କୋଷାଗୁମଡ଼ା ବ୍ଲକ ରାସ୍ତାର ତଣ୍ଡାଗୁଡା ଗାଁ ନିକଟ ୯ଏକର ସରକାରୀ ଜମି ଓ ନବରଙ୍ଗପୁର ରାସ୍ତାରେ ଆଦିବାସୀ ସଂଗ୍ରହଳାୟ ପାଇଁ ସଂରକ୍ଷିତ ଥିବା ୫ଏକର ସରକାରୀ ଜମିକୁ ପରିଦର୍ଶନ କରିଛନ୍ତି । ଏହି ୩ଟି ସରକାରୀ ଜମିରୁ ସହୀଦ ପାଠ ପାଇଁ ଆନଷଙ୍ଗିକ ବ୍ୟବସ୍ଥା ସହ ଗମନାଗନର ସୁବିଧା ଇତ୍ୟାଦିକୁ ଗୁରୁତ୍ବ ଦେଇ ୩ଟି ଜାଗା ମଧ୍ଯରୁ କୌଣସି ଗୋଟିଏ ସରକାରୀ ଜମିକୁ ଚିହ୍ନଟ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି। 

ସୂଚନାଯୋଗ୍ୟ ଯେ, ୧୯୪୨ରେ ଅଗଷ୍ଟ ୨୪ରେ ସ୍ବାଧୀନତା ଆନ୍ଦୋଳନରେ ପାପଡ଼ାହାଣ୍ଡି ଟୁରୀନଦୀ କୂଳରେ ୧୯ଜଣ ସଂଗ୍ରାମୀ ଇଂରେଜ ଗୁଳିରେ ସହୀଦ ହୋଇଯାଇଥିଲେ । ଏହି ସ୍ମୃତିରେ ଟୁରୀ ନଦୀ କୂଳରେ ସହୀଦ ସ୍ତମ୍ଭନିର୍ମାଣ କରି ପ୍ରତି ବର୍ଷ ସହୀଦ ଦିବସ ପାଳନ କରାଯାଉଛି । କିନ୍ତୁ ୩୯ନଂ ରାଜ୍ୟରାଜପଥ ପାର୍ଶ୍ଵରେ ସହୀଦସ୍ତମ୍ଭ ରହିଥ‌ିବା ବେଳେ ଏହାର ଭୂତ୍ତିଭୂମୀର ବିକାଶ ପାଇଁ ରାଜ୍ୟସରକାର ୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ୫ଏକର ବିସ୍ତୀର୍ଣ୍ଣ ଜମିରେ ନୂଆ ରୂପରେ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ନୂତନ ଜାଗା ଚିହ୍ନଟ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.