ନାରାୟଣପାଟଣା, ୧୩/୯ : ଲଘୁଚାପଜନିତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଶେଖରମ ଘାଟିରେ ଧସିଲା ମାଟି ଅତଡ଼ା। ଆନ୍ଧ୍ର ସମେତ ଚାରୋଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ। କେବଳ ଦୁଇଚକିଆ ଯାନକୁ ବାଦ୍ ଦେଲେ ଚାରି ଚକିଆ ଯାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। 

ସୂଚନାନୁଯାୟୀ, ଶେଖରମ ଘାଟି ଦେଇ କାସ୍ପା ବାଲସା, ପି କେ ଭଦ୍ରା, ସି କେ ଭଦ୍ରା, ଦଳାଇପେଟା ଓ ପାନ୍ଦିରି ବାଲସା ଅଞ୍ଚଳ ଗୁଡିକର ଲୋକେ ଲଙ୍ଗଡ଼ ବେଡା ପଞ୍ଚାୟତ ସମେତ ନାରାୟଣପାଟଣା ବ୍ଲକକୁ ଯାତାୟାତ କରିଥାନ୍ତି। ସେହିପରି ନିକଟ ଆନ୍ଧ୍ରକୁ ଯିବାକୁ ହେଲେ ଲଙ୍ଗଲବେଡା ଓ ବୋରିଗି ପଞ୍ଚାୟତର ଲୋକେ ଏହି ରାସ୍ତା ଦେଇ ଯା' ଆସ କରନ୍ତି। ହେଲେ ଲଗାଣ ବର୍ଷା ଯୋଗୁଁ ଘାଟିରେ ମାଟି ଅତଡ଼ା ଧସି ରାସ୍ତା ବନ୍ଦ ହୋଇଯାଇଛି। କେବଳ ଦୁଇ ଚକିଆ ଯାନ ଯାତାୟାତ କରିପାରୁଛି।