ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ କଥା ବଦଳାଇଲା TRF, କହିଲା ପହଲଗାମ୍ ଆକ୍ରମଣରେ ଆମର କୌଣସି ପ୍ରକାର ସମ୍ପୃକ୍ତି ନାହିଁ

Published By : Prameya | April 26, 2025 3:07 PM

ନୂଆଦିଲ୍ଲୀ,୨୬।୪: ଜମ୍ମୁ - କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା।  ଆକ୍ରମଣ ପରେ, ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF) ଘଟଣା ପାଇଁ ପ୍ରଥମେ ନିଜେ ଦାୟୀ ବୋଲି ଦାବି କରିଥିଲା।  ହେଲେ  ଭାରତ ସରକାରଙ୍କ  କଠୋର ପଦକ୍ଷେପ ପରେ ଭୟରେ ଆତଙ୍କୀ ସଂଗଠନ। ଏବେ TRF ତା'ର ସମ୍ପୃକ୍ତିକୁ ଖଣ୍ଡନ କରିଛି। ଏହା ସହ TRF   କହିଛି ତାଙ୍କର ସଂଘର୍ଷ ସ୍ୱାଧୀନତା ପାଇଁ ନୁହେଁ ବରଂ ନିରୀହ ଲୋକଙ୍କ ହତ୍ୟା ବିରୁଦ୍ଧରେ ରହିଛି।   ଆମେ କାହାର ଏଜେଣ୍ଟ ନୁହେଁ।

ଟିଆରଫ୍ ମୁଖପାତ୍ର ଅହମ୍ମଦ ଖାଲିଦ୍ ବୟାନ ଜାରି କରି ପହଲଗାମ୍ ଆକ୍ରମଣ ଘଟଣାରେ ନିଜର ସମ୍ପୃକ୍ତିକୁ ମନା କରିଛନ୍ତି।  ଟିଆରଏଫ୍‌ କହିଛି ପହଲଗାମ୍ ଘଟଣାରେ କୌଣସି ପ୍ରକାର ସମ୍ପୃକ୍ତି ନାହିଁ।  ଆମର ଡିଜିଟାଲ ପ୍ଲାଟଫର୍ମ ହ୍ୟଶକ୍ କରାଯାଇଥିଲା ଓ ଆକ୍ରମଣ ପାଇଁ ଆମେ ଦାୟୀ ସେଭଳି ମେସେଜ୍ ଦିଆଯାଇଥିଲା। 

ପହଲଗାମ୍ ଆକ୍ରମଣ ପରେ ଲସ୍କର-ଇ-ତୋଇବା ଡେପୁଟି କମାଣ୍ଡର ସୈଫୁଲାହ କସୁରୀର ଏକ ଭିଡିଓ ସାମନାକୁ ଆସିଥିଲା। ଏଥିରେ ସେ ଆତଙ୍କୀ ଆକ୍ରମଣ ପାଇଁ ସେ ଦାୟୀ ନୁହେଁ ବୋଲି କହିଥିଲା। ଏବେ ଟିଆରଏଫ୍‌ ନିଜେ ମନା କରିଦେଇଛି। ଟିଆରଏଫ୍ ଭାରତୀୟ ଏଜେନ୍ସି ଉପରେ ଷଡଯନ୍ତ୍ର ରଚିଥିବାର ଅଭିଯୋଗ କରିଛି। ଏହା ସହ ମାମଲାର ତଦନ୍ତ କରିବାକୁ ମଧ୍ୟ ଦାବି କରିଛି। ଟିଆରଏଫ୍ କହିଛି ଭାରତର ମିଛ ଆଉ ଲୁଚି ରହିବନି। ସତ ଏବେ ସାମନାକୁ ଆସିବ। ଆଉ କିଛି ଘଣ୍ଟା ଭିତରେ ଆମେ ନିଜର ଟେଲିଗ୍ରାମ୍ ଚ୍ୟାନେଲରେ ଭାରତୀୟ ଗୁଇନ୍ଦା ଏଜେନ୍ସୀ ଆଇବି ଓ RAW ର ସମ୍ପୃକ୍ତିର ପ୍ରମାଣ ଦେବୁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.