ଇସଲାମାବାଦ,୧୬।୪: ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ସଂସ୍ଥାପକ ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼। ମିଳିଥିବା ସୂଚନା ଅନୁସାରେ, ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସ ବାହାରେ ଥିଲା। ଏହି ଆକ୍ରମଣରେ ସେ ଗୁରୁତର ଭାବରେ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହ ଲଢୁଛି।

ଅଜଣା ବନ୍ଧୁକଧାରୀ ହମଜାକୁ ନ୍ୟୁଜ ଚ୍ୟାନେଲର କାର୍ଯ୍ୟାଳୟ ବାହାରେ ଟାର୍ଗେଟ କରିଥିଲେ। ଆକ୍ରମଣ କରି ସେମାନେ ଫେରାର ହୋଇଯାଇଥିବା ନେଇ ଜଣାପଡିଛି। ହମଜାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠି ଡାକ୍ତରମାନେ ତା’ର ସ୍ଥିତିକୁ ଖୁବ୍ ଚିନ୍ତାଜନକ ବୋଲି କହିଛନ୍ତି, ଆମିର ହମଜା ଦୀର୍ଘ ସମୟ ଧରି ଭାରତ ବିରୋଧି ଗତିବିଧି ଓ ଆତଙ୍କୀ ଆକ୍ରମଣର ଯୋଜନା କରିବାରେ ସାମିଲ ଥିଲା।

ଆମିର ହମଜା ହେବଳ ଜଣେ ସଦସ୍ୟ ନୁହେଁ ବଂର ଆତଙ୍କବାଦୀ ହାଫିଜ୍ ସଇଦ ସହ ମିଶି ଲସ୍କରର ମୂଳଦୁଆ ରଖିଥିବା ଖୁବ୍ ଚେହେରା। ତାକୁ ଲସ୍କରର ବୈଚାରିକ ପ୍ରଚାର-ପ୍ରସାର ଓ ଫଣ୍ଡ ଏକାଠି କରିବା ନେଇ ବିଶେଷଜ୍ଞ ଭାବରେ ଜଣାଯାଏ। ସେଭଳି ଆଫଗାନିସ୍ତାନରେ ମୁଜାହିଦ୍ଧିନ୍ ଭାବରେ ଲଢି ସାରିଛି। ହମଜା ନିଜର କଟ୍ଟରପନ୍ଥୀ ବିଚାରଧାରା ଓ ଉତ୍ତେଜନାକାରୀ ଭାଷଣ ପାଇଁ ଜଣାଯାଏ। ସେ ଲସ୍କରର ଅଫିସିଆଲ ପତ୍ରିକାର ସମ୍ପାଦକ ରହିସାରିଛି। ଏହାଛଡା ‘କାଫିଲ ଦାଓ୍ବତ’ ଓ ଶହାଦତ ଭଳି ବହୁ ବିବାଦୀୟ ପୁସ୍ତର ଲେଖି ସାରିଛି।