ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରୋଗ ଟାଣି ଆଣୁଛି ରାତିଅଧିଆ ଭୋକ, ଜାଣନ୍ତୁ କେମିତି ରୋକିବେ ଏହି ଅଭ୍ୟାସ

Published By : Prameya | March 14, 2025 8:32 AM

ଭୁବନେଶ୍ୱର ୧୪/୦୩: ଆଜିକାଲି ଯୁବବର୍ଗଙ୍କ ମଧ୍ୟରେ ବଢିଚାଲିଛି ରାତିଅଧିଆ ଭୋକ । ପ୍ରାୟ ଯୁବଗୋଷ୍ଠୀଙ୍କୁ ଅଧା ରାତିରେ ଭୋକ ଲାଗିଥାଏ । ଆଉ ସେମାନେ ଉଠିବା ପରେ କୁକିଜ୍‌, ଚିପ୍ସ ଓ କୌଣସି ନମ୍‌କିନ୍‌ ହିଁ ଖାଇଥାନ୍ତି । ଏହାକୁ ମିଡ୍‌ ନାଇଟ୍‌ କ୍ରବିଙ୍ଗ୍‌ ବା ରାତିଅଧିଆ ଖାଦ୍ୟ ଲାଳସା କୁହାଯାଏ । ଏହି ପରିବର୍ତ୍ତିତ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପାନୀୟ ଶରୀରକୁ ଖୁବ୍‌ କ୍ଷତି ପହଞ୍ଚାଉଛି । ଏହି ବଦ୍‌ଅଭ୍ୟାସ ଅସମୟରେ ଅନେକ ରୋଗ ଟାଣି ଆଣୁଛି । ଚାଲନ୍ତୁ ଜାଣିବା କେମିତି ରୋକି ପାରିବେ ରାତିଅଧିଆ ଭୋକକୁ । 

ଖାଇବା ସମୟ ସ୍ଥିର କରନ୍ତୁ :

ପ୍ରଥମେ ନିଜର ଖାଇବା ସମୟକୁ ସ୍ଥିର କରିବା ଉଚିତ୍‌ । ଭୁଲ୍‌ ସମୟରେ ଖାଇବା ଦ୍ୱାରା ବର୍ଡି କ୍ଲକ୍‌ ବିଗାଡ଼ି ଯାଇଥାଏ, ଯାହାଦ୍ୱାରା ଅଧାରାତିରେ ଭୋକ ଲାଗିବା ପରିସ୍ଥିତି ଉପୁଜିଥାଏ । ବର୍ଡି କ୍ଲକ୍‌ ବିଗିଡ଼ିବା ହିଁ ଅଧାରାତିରେ ଭୋକ ଲାଗିବାର ସବୁଠାରୁ ବଡ଼ କାରଣ । ସେଥିପାଇଁ ଦିନରୁ ଖାଇବାର ସମୟକୁ ନିୟନ୍ତ୍ରିତ କରିବା ଦ୍ୱାରା ରାତ୍ରୀ ଭୋଜନ ଠିକ୍‌ ସମୟରେ କରିପାରିବେ । ରାତ୍ରୀ ଭୋଜନ ଓ ଶୋଇବା ସମୟ ଭିତରେ ୨ ଘଣ୍ଟାର ଅନ୍ତର ରଖିବା ଜରୁରି । ଏହି ରୁଟିନ୍‌ ଅନୁକରଣ କରିବା ଦ୍ୱାରା ରାତିରେ ଭୋକ ଲାଗିବ ନାହିଁ । 

ଡାଏଟ୍‌ରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ରଖନ୍ତୁ :

 ମିଡ୍‌ ନାଇଟ୍‌ କ୍ରବିଙ୍ଗ୍‌କୁ ରୋକିବା ପାଇଁ ଡାଏଟ୍‌ରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟକୁ ସାମିଲ୍‌ କରିବା ଉଚିତ୍‌ । କାରଣ ପ୍ରୋଟିନ୍‌କୁ ହଜମ କରିବା ପାଇଁ ପାଚନତନ୍ତ୍ରକୁ ଅଧିକ ସମୟ ଲାଗିଥାଏ । ତେଣୁ ପେଟ ଭରା ରହିଥାଏ । ଫଳରେ ଭୋକ ଲାଗିନଥାଏ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡି ନଥାଏ । 

ରାତିରେ ଇଲେକ୍ଟ୍ରୋନିକ୍‌ ସାମାଗ୍ରୀଠାରୁ ଦୂରେଇ ରୁହନ୍ତୁ :

ପ୍ରାୟ ଲୋକ ରାତିରେ ଖାଇବା ସମୟରେ ମୋବାଇଲ୍‌ ବା ଟିଭି ଦେଖିଥାନ୍ତି । ଏହା ଆଦୌ ଠିକ୍‌ ନୁହେଁ । ଭୋଜନ ସମୟରେ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀଠାରୁ ଦୂରତା ବଜାୟ ରଖନ୍ତୁ । କାରଣ ଖାଇବା ସମୟରେ ଟିଭି ଦେଖିବା ଦ୍ୱାରା ଖାଦ୍ୟ ଉପରେ ଧ୍ୟାନ ରହି ନଥାଏ । ଫଳରେ ଆବଶ୍ୟକଠାରୁ ଅଧିକ ଖାଦ୍ୟ ଖାଇପାରନ୍ତି । ଖାଦ୍ୟ ଉପରେ ଫୋକସ୍‌ କରି ଖାଇବାକୁ ମାଇଣ୍ଡିଫୁଲ୍‌ ଇଟିଙ୍ଗ୍‌ କୁହାଯାଏ । ଏପରି ଖାଇବା ଦ୍ୱାରା ମିଡ୍‌ନାଇଟ୍‌ କ୍ରବିଙ୍ଗ୍‌ଠାରୁ ରକ୍ଷା ପାଇପାରିବେ ।

ଖାଦ୍ୟକୁ ଚୋବାଇ ଖାଆନ୍ତୁ :

ଘରର ବୟସ୍କମାନେ ତରତର ହୋଇ ନ ଖାଇବାକୁ ଉପଦେଶ ଦେଇଥାନ୍ତି । କାରଣ ପ୍ରାୟଲୋକ ଜଲଦୀରେ ଖାଦ୍ୟ ଖାଇଥାନ୍ତି, ଫଳରେ ପେଟ ପୁରିଯାଏ, କିନ୍ତୁ ଭୋକ ଶାନ୍ତ ହୋଇ ନଥାଏ । ଏଣୁ ଖାଇବା ସମୟରେ ଖାଦ୍ୟକୁ ଭଲ ଭାବେ ଚୋବାଇ ଚୋବାଇ ଖାଇବା ଦ୍ୱାରା ଅଧିକ ସମୟ ଯାଏ ପେଟ ଭରା ରହିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.