ଖପ୍ରାଖୋଲ, ୧୨/୦୬: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ବିକାଶ ବାହାନର ଶୁଭାରମ୍ଭ ହୋଇଯାଇଛି । ବିଡିଓ ବିବେକାନନ୍ଦ ଷଡଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକଙ୍କ ପ୍ରତିନିଧି ପଦ୍ମ ସିଂ ବରିହା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ରାଉତରାଏ, ଆକାଉଣ୍ଟ ଅଫିସର ହରେକୃଷ୍ଣ ମେହେର, ଜିପିଡିଓ ପରମେଶ୍ୱର ନାଏକ, ସରପଞ୍ଚ ସିମାଞ୍ଚାଲ ପୁରୋହିତ, ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ବ୍ଲକ ଅଞ୍ଚକର ୨୧ଟି ପଞ୍ଚାୟତକୁ ବିକଶିତ ବାହାନ ଭ୍ରମଣ କରିବ ବୋଲି ବିଡ଼ିଓ ଶ୍ରୀ ଷଡଙ୍ଗୀ ସୂଚନା ଦେଇଥିଲେ । ପରେ ବିକଶିତ ରଥ ଖପ୍ରାଖୋଲ ପଞ୍ଚାୟତ ଓ ଓଡ଼ିଆପାଳି ପଞ୍ଚାୟତକୁ ପହଞ୍ଚିଥିଲା । ବିକଶିତ ରଥ ପଞ୍ଚାୟତ ପରିସରରେ ପହଞ୍ଚିବା ପରେ ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ଓ ପଞ୍ଚାୟତ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା ।
ଏହି ଅବସରରେ ସରକାରଙ୍କ ତରଫରୁ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ସୁବିଧା ଓ ସହାୟତା ବିଷୟରେ ଲୋକଙ୍କୁ ବାହାନରେ ଚାଲୁଥିବା ଭିଡିଓ ମାଧ୍ୟମରେ ସୂଚନା ଦିଆଯାଇଥିଲା । ଏହା ସହ ଲୋକଙ୍କ ରହିଥିବା ଅଭିଯୋଗ ସମ୍ପର୍କରେ ସମାଧାନ ବାଟ ବିଷୟରେ ମଧ୍ୟ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ଅଧିକାରୀ, ଶ୍ରମ ବିଭାଗ କର୍ମଚାରୀ, ଜଙ୍ଗଲ ଓ ପରିବେଶ ବିଭାଗ କର୍ମଚାରୀ, ଉଦ୍ୟାନ ବିଭାଗ କର୍ମଚାରୀ , ଚିକିତ୍ସା ବିଭାଗ କର୍ମଚାରୀ ଓ ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ।