ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ମୁଣ୍ଡରେ ଖଣ୍ଡା ରଖି ବେଲି ଡ୍ୟାନ୍ସ,ରାତାରାତି ସୋସିଆଲ ମିଡିଆରେ ସେନ୍‌ସେସନ୍‌ ପାଲଟିଲେ ଲାବଣ୍ୟା

Published By : Prameya | October 27, 2024 2:24 PM

ଛତିଶଗଡ଼ର ୨୭/୧୦: ମୁଣ୍ଡରେ ଖଣ୍ଡା ରଖି ବେଲି ଡ୍ୟାନ୍ସ । ଛତିଶଗଡ଼ର ଜଣେ ମହିଳା  ଏହି ନୃତ୍ୟ ଜରିଆରେ ରାତାରାତି ସୋସିଆଲ ମିଡିଆ ସେନ୍‌ସେସନ୍‌  ପାଲଟିଛନ୍ତି । ଲାବଣ୍ୟା ଦାସ ମାନିକପୁରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ  ଶେୟାର କରିଛନ୍ତି । ଏଥିରେ ସେ ବଲିଉଡ୍‌ ହିଟ୍‌ ଫିଲ୍ମ ‘ଓମ୍‌କାରା’ର  ନମକ୍‌ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି । 


ଭିଡିଓରେ ଲାବଣ୍ୟା କଳା ବ୍ଲାଉଜ୍‌ ଓ ସ୍କର୍ଟରେ ନଜର ଆସିଛନ୍ତି । ନୃତ୍ୟ  ପ୍ରଦର୍ଶନ ପୂର୍ବରୁ ସେ ଅତ୍ୟନ୍ତ ଧ୍ୟାନର ସହ ନିଜ ମୁଣ୍ଡରେ ଖଣ୍ଡା ରଖିଛନ୍ତି ।  ନୃତ୍ୟରେ ତାଙ୍କ ହାତ ଓ ଗୋଡ଼ର ଗତିବିଧି ଖଣ୍ଡାରେ ସନ୍ତୁଳନ ରକ୍ଷା  କରିଥିଲା । ଏମିତି କିଛି ମୁହୂର୍ତ୍ତ ଥିଲା, ଯେଉଁଥିରେ ଖଣ୍ଡା ଆପାତତଃ  ତଳେ ପଡ଼ିବା ଭଳି ମନେ ହେଉଥିଲା । ତେବେ ସୁନ୍ଦର କଳା-କୌଶଳ  ଜରିଆରେ ସନ୍ତୁଳନ ରକ୍ଷା କରିବାରେ ସେ ସଫଳ ହୋଇଥିଲେ । 

ଭିଡିଓର କ୍ୟାପ୍‌ସନରେ ଲାବଣ୍ୟା ଲେଖିଛନ୍ତି ‘୨୮୬୭ତମ ଟେକ୍‌ ପରେ । ଖଣ୍ଡା  ମଧ୍ୟ ୧୦ ବର୍ଷରୁ ଅଧିକ ପୁରୁଣା, ତେଣୁ ଦୟାକରି କିଛି ଭାବନ୍ତୁ ନାହିଁ ।’  ଇଣ୍ଟର୍‌ନେଟ୍‌ରୁ ଏ ନେଇ ମିଶ୍ର ପ୍ରତିକ୍ରିୟା ଆସୁଛି । କିଛି ୟୁଜର ଲାବଣ୍ୟାଙ୍କ  ସାହସ ଓ ପ୍ରତିଭାକୁ ପ୍ରଶଂସା କରିଥିବାବେଳେ ଆଉ କିଛି ଏହାକୁ  ବିପଦପୂର୍ଣ୍ଣ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.