ନୂଆଦିଲ୍ଲୀ: ନିଖୋଜ ଥିଲେ ନବବିବାହିତା । ଏବେ ସାମ୍ନାକୁ ଆସିଲା ଭିଡିଓ । ଭିଡିଓରେ ଯୁବତୀ ଜଣକ ଏକ ଆଲିସାନ୍ ଫ୍ଲାଟରେ ଅଛନ୍ତି, ଆଉ ବେଡରେ ଶୋଇଛନ୍ତି । ବେଡରେ ୫ଶହ ଟଙ୍କିଆ ନୋଟର ବିଡ଼ା ଥୁଆ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ରହିଥିବାବେଳେ ଯୁବତୀଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଯୁବତୀଙ୍କ ମାଆ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ କହିଛନ୍ତି କି, ଝିଅର ଶାଶୁଘର ଲୋକେ ଏବଂ ଜ୍ବାଇଁ ମୋ ଝିଅକୁ ଖରାପ କାମ ପାଇଁ ବିକ୍ରି କରି ଦେଇଛନ୍ତି । ପୁଲିସ ଏହି ଅଭିଯୋଗ ପରେ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିରଟରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯୁବତୀଙ୍କ ସ୍ବାମୀ ଜଣେ କାଉନସିଲର ରହିଥିବା କୁହାଯାଇଛି । ତେବେ ଯବୁତୀଙ୍କ ମାଆ କହିଛନ୍ତି କି, ଜ୍ବାଇଁ କାଉନସିଲର ରହିଥିବାବେଳେ ଆମ ଘରକୁ ସବୁବେଳେ ଆସୁଥିଲେ । ମୋ ଝିଅ ତାଙ୍କୁ ଭାଇ ବୋଲି ଡାକୁଥିଲା । ମାତ୍ର ସେ ତାଙ୍କୁ ଖରାପ ନଜରରେ ଦେଖୁଥିଲେ । ବିବାହ କଲେ ଏବଂ ଘରକୁ ନେଇ ଯାଇଥିଲେ । ମାତ୍ର ସେମାନେ ଘରକୁ ନେବା ପରେ ଝିଅକୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲେ । ଏହାସହ ରାଜସ୍ଥାନ ନେଇଯାଇଥିଲେ ଏବଂ ଝିଅର ଆକାଉଣ୍ଟକୁ ଟଙ୍କା ଆସିଥିଲା । ପୁଲିସ ଆଗରେ ଅନେକ ତଥ୍ୟ ମଧ୍ୟ ଯୁବତୀଙ୍କ ମାଆ ରଖିଥିଲେ ।

ସେପଟେ ଏହାରି ଭିତରେ ଯୁବତୀଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ବେଡରେ ଟଙ୍କା ବିଡ଼ା ରଖି ଶୋଇଥିବାବେଳେ କହିଛନ୍ତି କି, ମୁଁ ମୋ ନିଜ ଇଛାରେ ଶାଶୁଘର ଛାଡ଼ି ଆସିଛି । ଏବେ ପୁଲିସ ଉଭୟ ଦିଗକୁ ଲକ୍ଷ୍ୟ କରି ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢ଼ନ୍ତୁ : Vaibhav Sooryavanshi: ଗୁଜୁରାଟ ବିପକ୍ଷ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ବଡ଼ ଦାବି