ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ

Published By : Harapriya Sethi | January 15, 2025 1:16 PM

ଭୁବନେଶ୍ୱର, ୧୫/୦୧: ଲିଙ୍ଗରାଜ ମନ୍ଦିର ବିବାଦ ପରେ ସେବାୟତଙ୍କୁ କଡ଼ା ଚେତାବନୀ ଦେଲେ ଆଇନମନ୍ତ୍ରୀ । ଆଗାମୀ ଦିନରେ ଏପରି କଲେ କଡ଼ା କାର୍ଯ୍ୟନୁଷ୍ଠାନ ନେବେ ସରକାର । ମନ୍ଦିରକୁ ନେଇ ଯେଉଁମାନେ ରାଜନୀତି ରୋଟି ସେକିବାକୁ ଚାହୁଁଛନ୍ତି ବନ୍ଦ କରନ୍ତୁ । ସ୍ୱତ୍ତ୍ୱଲିପି ନେଇ ଗଠନ ହେବ କମିଶନ । ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠନ ହେବ କମିଶନ । ଦୁଇ ମାସ ଭିତରେ କମିଶନ ରିପୋର୍ଟ ଦେବେ ଆଉ ଏଇ ରିପୋର୍ଟ ଆଧାରରେ ସ୍ୱତ୍ତ୍ୱଲିପି ଲାଗୁ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଛୋଟ ଇସୁକୁ ନେଇ ଘଟଣା ଘଟିଛି ଏନେଇ ଆଲୋଚନା ହୋଇଛି । ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଏମରଜେନ୍ସି ବୈଠକ ଡାକିବା ପାଇଁ ନିଷ୍ପତ୍ତି ହୋଇଛି । ଟ୍ରଷ୍ଟ ବୋର୍ଡ ଆଜି ନିଷ୍ପତ୍ତି ନେବ ସେବା ପୂଜା ଆରମ୍ଭ କରନ୍ତୁ । କୌଣସି ସମୟରେ ଏପରି ସେବାୟତ ସେବକାନ୍ତି ବନ୍ଦ କରିବା ଭଳିଆ ଅଯୌଗିକ କାର୍ଯ୍ୟ ନକରନ୍ତୁ । ସ୍ୱତ୍ତ୍ୱଲିପିର କିଛି ସମସ୍ୟା ରହିଛି । ଆଇନଗତ ଦିଗରେ କିଛି ସମସ୍ୟା ଥିଲା । ଏନେଇ ବହୁତ ଶୀଘ୍ର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସିଙ୍ଗଲ ମେମ୍ବର କମିଶନ ଗଢ଼ାଯିବ ।   ସେହି କମିଶନ ବିଭିନ୍ନ ନିଯୋଗ ନିକଟରେ ଥିବା ତଥ୍ୟ ହାସଲ କରିବେ, କଥା ହେବେ ଓ ଆଗରୁ କିଏ କେଉଁ କାର୍ଯ୍ୟ କରୁଥିଲେ ଦେଖିବେ । ଏନେଇ ଦୁଇ ମାସ ଭିତରେ ଏକ ରିପୋର୍ଟ ଦେବେ । ଏହାକୁ ଲାଗୁ କରିବାର ପ୍ରକ୍ରିୟା ଦେବତ୍ତର ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ କରାଯିବ । ଯାହା ଫଳରେ ଆଗାମୀ ଦିନରେ ସ୍ୱତ୍ତ୍ୱଲିପି ନେଇ କୌଣସି ଦ୍ଵନ୍ଦ ରହିବ ନାହିଁ । ଯେତେବେଳେ କୌଣସି ସମସ୍ୟା ଆସୁଛି ସେତେବେଳେ ସେବାୟତ ମ୍ୟାନେଜମେଣ୍ଟ କମିଟିକୁ ଜଣାନ୍ତୁ କିନ୍ତୁ ଏହି ଆଳରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିବାକୁ ସରକାର ଗ୍ରହଣ କରିବେ ନାହିଁ । ଏନେଇ ଆଗାମୀ ଦିନରେ ନୀତିକାନ୍ତି ବ୍ୟାଘାତ ଘଟିଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । 

ଏହି ବିବାଦକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଦୁଇ ଦିନ ଧରି ନିତିକାନ୍ତି ବନ୍ଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଆଜି ହିଁ ବାହାରିବ ନିର୍ଜାସ । ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ୍‌ । ଭୁଲ୍‌ ଦେଖିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଲିଙ୍ଗରାଜ ମନ୍ଦିର ସମସ୍ୟାକୁ ନେଇ ଆଇନ ମନ୍ତ୍ରୀଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏହି ବୈଠକରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଆଇନ ବିଭାଗ ସଚିବ, ସ୍ଥାନୀୟ ବିଧାୟାକ, ଉଭୟ ନିଯୋଗ ପ୍ରତିନିଧି ଉପସ୍ଥିତ ଅଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.