ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଲକ୍ଷ୍ମୀ ବସ୍ -କାର୍ ମୁହାଁମୁହିଁ ଧକ୍କା ; କାର୍ ଚାଳକ ମୃତ, ୧୫ଗୁରୁତର

Published By : Gurupada Nath | May 17, 2025 9:28 PM

ଖଲ୍ଲିକୋଟ,୧୭/୫ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଦୁର୍ଘଟଣା। ଲକ୍ଷ୍ମୀ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ କାର୍ ଓ ବସ ଭିତରେ ବସିଥିବା ପ୍ରାୟ ୧୫ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । 

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୭. ୩୦ସମୟରେ ଗୁରାପଲ୍ଲୀରୁ କହ୍ନେଇପୁର, ବିକ୍ରମପୁର ଦେଇ ଖଲ୍ଲିକୋଟ ଅଭିମୁଖେ ଲକ୍ଷ୍ମୀ ବସ ବା ମୁଖ୍ୟମନ୍ତ୍ରୀ ବସ ସେବା ଆସୁଥିଲା । କହ୍ନେଇପୁର ଛାଡ଼ି ବସଟି ଖଲ୍ଲିକୋଟ ଅଭିମୁଖେ ଆସୁଥିବାବେଳେ ଜାତୀୟ ରାଜପଥରୁ କୈରାଶି ଅଭିମୁଖେ ଯାଉଥିବା ଏକ କାର୍ ସହ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ କାର୍ ଚାଳକ କୈରାଶି ଗ୍ରାମର ଅଶୋକ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। କାରରେ ଥିବା ୫ଯାତ୍ରୀଙ୍କ ସମେତ ବସରେ ଥିବା ଯାତ୍ରୀଙ୍କୁ ମିଶାଇ ମୋଟ ୧୫ଯାତ୍ରୀ ଗୁରୁତର ହୋଇଥିଲେ। 

ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ପରେ କାର ଚାଳକ ଅଶୋକ ସ୍ୱାଇଁ କାର ଭିତରେ ଚାପି ହୋଇ ରହିଥିଲେ। ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ କରି ଗ୍ୟାସ କଟର ସାହାଯ୍ୟରେ କାଟି ଅଶୋକଙ୍କୁ ବାହାର କରି ଖଲ୍ଲିକୋଟ ମେଡିକାଲକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆହତମାନଙ୍କ ମଧ୍ୟରେ କୈରାଶି ଗ୍ରାମର ଅଜିତ ଦାସ, ଭାଇଗ ସ୍ୱାଇଁ, ମୁକେଶ କୁମାର ପାଳ, ବିକାଶ ପଣ୍ଡା, ମହେନ୍ଦ୍ର ପ୍ରଧାନ, ମଣ୍ଟୁ ମହାପାତ୍ର ରହିଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.