ସୋରଡା, ୧୫।୭ : ସୋରଡ଼ା ବ୍ଲକ ଅନ୍ତର୍ଗତ ଗେଞ୍ଜା ଗ୍ରାମପଞ୍ଚାୟତର ବନ୍ଧଗୋଚ୍ଛା ଠାରୁ କନ୍ଧମାଳ ଜିଲ୍ଲା ସୀମାନ୍ତ ରଣବା ପର୍ଯ୍ୟନ୍ତ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ପାଞ୍ଚ କିଲୋମିଟର ବିଶିଷ୍ଟ ଏକ ସଡ଼କ ନିର୍ମାଣ କରାଯିବ। ସେହିପରି ସାପୁଆପଲ୍ଲୀ ଠାରେ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ନୀଳମଣି ବିଷୋୟୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ସଡକ ଅଞ୍ଚଳର ବିକାଶର ମୁଖ୍ୟ ମାଧ୍ୟମ ହେବ । ଜନସାଧାରଣଙ୍କ ଯାତାୟତରେ ସହାୟକ ହେବା ସହ ବ୍ୟବସାୟିକ କ୍ଷେତ୍ରକୁ ମଧ୍ୟ ସୁଗମ କରିବ l କନ୍ଧମାଳ ଜିଲ୍ଲାର ୨୦ ରୁ ଊର୍ଦ୍ଧ ଗ୍ରାମ ର ଜନସାଧାରଣ ଶିକ୍ଷା, ବ୍ୟବସାୟ, ସ୍ୱାସ୍ଥ୍ୟ ସେବା ସୁବିଧା ପାଇବେ I ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ସାଂସଦ ପ୍ରତିନିଧି ବସନ୍ତ ବିଷୋୟୀ, ସିମାଞ୍ଚଳ ଅଧିକାରୀ, ଯୁବନେତା ଭି ଜଗଦୀଶ ରାଜୁ, ଆଇନଜୀବୀ ପ୍ରଦୀପ ପାଳ, ଠିକାଦାର ସୁରେନ୍ଦ୍ର ଗଉଡ଼ ସମେତ ବହୁ ସମର୍ଥକ ଯୋଗ ଦେଇଥିଲେ I