ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Published By : Prameya | January 27, 2025 10:17 PM

ମାଲକାନଗିରି, ୨୭/୧ :  ମାଲକାନଗିରି ଜିଲ୍ଲା ଓ ଦୌରା ଜଜ ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି  ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ହଜାର ଟଙ୍କା ଜରିମାନା  ଦେବାକୁ ରାୟରେ ଦର୍ଶାଇଛନ୍ତି।  ମୋଟ ୧୩ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।  

ମାଲକାନଗିରି ଥାନା ଅଧୀନ ପାଣ୍ଡ୍ରିପାଣି ପଞ୍ଚାୟତ ସିନ୍ଧିବେଟା ଗ୍ରାମର ରତନ ନାୟକ ଗତ ୨୦୧୯ ମସିହା ନଭେମ୍ବର ମାସ ୯ତାରିଖ ସନ୍ଧ୍ୟାରେ  ତାଙ୍କ ସ୍ତ୍ରୀ ଗଙ୍ଗାୟୀ ନାୟକଙ୍କ ସହ ତାଙ୍କ ଶଶୁର ଘର ପାଣ୍ଡ୍ରିପାଣି ଯାଇଥିଲେ।  ସେଠାରେ ଖାଇ ସାରି ନିଜ ଘରକୁ ଫେରି ବାରଣ୍ଡାରେ ଶୋଇ ପଡ଼ିଥିଲେ। କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।  ରତନ ଉତ୍ତ୍ୟକ୍ତ ହୋଇ ନିକଟରେ ଥିବା ଏକ ଟାଙ୍ଗିଆରେ ଗାଙ୍ଗେଇକୁ ଆକ୍ରମଣ କରିଥିଲେ।  ଘଟଣା ସ୍ଥଳରେ ଗାଙ୍ଗେଇଙ୍କ  ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ମାଲକାନଗିରି ଥାନାରେ ଗାଙ୍ଗେଇଙ୍କ ପୁଅ ଏତଲା ଦେଇଥିଲା।  ମାଲକାନଗିରି ପୁଲିସ ତଦନ୍ତ କରି ଅଭିଯୁକ୍ତ ରତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।  ଜିଲ୍ଲା ଦୌରା ଜଜ ଡ଼ଃ ପ୍ରସନ୍ନ କୁମାର ପଣ୍ଡା ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।  ଏହି  ମାମଲାକୁ ପିପି ମହେନ୍ଦ୍ର କୁମାର ନାଗ ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.