ଭୁବନେଶ୍ୱର, ୨୮।୧ :  ଭୁବନେଶ୍ୱର ଆଚାର୍ଯ୍ୟ ବିହାର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣା I  ୧୨ ବର୍ଷ ପରେ ଡବଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି।  ଏହି ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଅତିରିକ୍ତ ଦୌରା ଜଜ ଦୋଷୀ ସାବ୍ୟସ୍ତ କରିବା ସହ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।  ଅଭିଯୁକ୍ତମାନେ ହେଲେ ବିଜୟ ୟାଦବ,  ରଣଜିତ ଜେନା, ପ୍ରିୟରଞ୍ଜନ ପତି, ବୁଟୁ ଜେନା।  ସେତେବେଳେ ବିଜୟ ୟାଦବ ବିବିଏ ଛାତ୍ର ଥିବାବେଳେ ରଣଜିତ ଜେନା ଓ ପ୍ରିୟରଞ୍ଜନ ପତି ଏମବିଏ ଛାତ୍ର ଥିଲେ।  ଅନ୍ୟ  ଅଭିଯୁକ୍ତ ବୁଟୁ ଜେନା ଜଣେ ଦୋକାନୀ ଥିଲେ।

୨୦୧୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ଆଚାର୍ଯ୍ୟ ବିହାରରେ ବୃଦ୍ଧ ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା I ମୃତ ଦମ୍ପତି ଥିଲେ ଅବସର ପ୍ରାପ୍ତ ଇଞ୍ଜିନିୟର  କୃଷ୍ଣ ବିହାରୀ ପାଣିଗ୍ରାହୀ ଓ  ଜ୍ୟୋସ୍ନାଦେବୀ ପାଣିଗ୍ରାହୀ I  ଲୁଟ କରିବା ଉଦ୍ଦେଶ୍ୟରେ ବୃଦ୍ଧ ଦମ୍ପତିଙ୍କୁ ୪ ଅଭିଯୁକ୍ତ ହତ୍ୟା କରିଥିଲେ I   ଅଭିଯୁକ୍ତମାନେ ଭଡା ଘର ଖୋଜିବା ବାହାନାରେ ଦମ୍ପତିଙ୍କ  ଘର ଭିତରେ ପଶିଥିଲେ।