ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା ମାମଲା: ସ୍ବାମୀକୁ ଆଜୀବନ କାରାଦଣ୍ଡ

Published By : Suraj Kumar | March 22, 2025 8:30 PM

ଭଞ୍ଜନଗର,୨୨।୩ - ମାଆଙ୍କ ଶ୍ରାଦ୍ଧ ପାଇଁ ଟଙ୍କା ନଦେବାରୁ ଉତ୍ତ୍ୟକ୍ତ ସ୍ବାମୀ ନିଜ ପତ୍ନୀଙ୍କୁ ହତ୍ୟା  କରିଥିଲା। ଏହି  ଘଟଣାରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୈରାଜଜ୍ ଅଭିଯୁକ୍ତ ସ୍ବାମୀ ରାଜୁ ମୁଳିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଗଞ୍ଜାମ ଜିଲ୍ଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳି ୨୦୨୩ ମସିହା ମେ ମାସ ୨୭ ତାରିଖ ରାତିରେ ହତ୍ୟା କରିଥିଲେ। ଏହି ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ସ୍ବାମୀ ରାଜୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା  କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ।  ମାତ୍ର ୨୧ ମାସ ମଧ୍ୟରେ ଏହି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।

ଘଟଣାରୁ ପ୍ରକାଶ ଯେ ଭଞ୍ଜନଗର ସହରତଳି ଛେଦାଭୂମି ଗ୍ରାମର ଜୟନ୍ତୀ ମୁଳିଙ୍କ ଝିଅ ଗୀତାଞ୍ଜଳୀ ୧୮ ବର୍ଷ ପୂର୍ବେ ଆଖୁପଦର ଗ୍ରାମର ରାଜୁଙ୍କୁ ବିବାହ କରିଥିଲେ। ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସ୍ବାମୀ ସ୍ତ୍ରୀ ଭଲରେ ଚଳିଥିଲେ । ଏଥିସହ ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଥିଲା। ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ କାରଣରୁ ଝଗଡ଼ା ହୋଇଥିଲା। ଘଟଣା ଦିନ ରାଜୁ ମଦ ପିଇ ଆସି ନିଜ ମାଆଙ୍କ ଶ୍ରାଦ୍ଧ ପାଇଁ  ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ପାଖରେ ନଥିବା ଯୋଗୁ ଗୀତାଞ୍ଜଳୀ ସ୍ବାମୀଙ୍କୁ ଟଙ୍କା ଦେଇପାରି ନ ଥିଲେ। ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ନିଶାସକ୍ତ ଅବସ୍ଥାରେ ରାଜୁ ସ୍ତ୍ରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା। ପୁଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଉଷାକାନ୍ତ ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.