ଭୁବନେଶ୍ବର,୧୯।୧୧ : ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ।ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲରେ ରହିବ ଦୋଷୀ ବିକ୍ରମ ମାହୁନ୍ତ । ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ । ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ।
୨୦୨୩ ଫେବୃଆରୀ ୫ ରେ କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ ଘଟଣା। ୧୧ ବର୍ଷର ନାବାଳିକା ଉକ୍ତ ରାତିରେ ଘର ବାହାରକୁ ମଳତ୍ୟାଗ ପାଇଁ ଯାଇଥିଲା। ଦୋଷୀ ବିକ୍ରମ ପୀଡିତାକୁ ନିକଟସ୍ଥ ମୁଣ୍ଡିଆ ପାହାଡ଼କୁ ଟେକି ନେଇ ଦୁଷ୍କର୍ମ କରିଥିଲା । ପରେ ପୀଡିତାଙ୍କୁ ଠେଲି ଦେବାରୁ ସେ ଆହତ ମଧ୍ୟ ହୋଇଥିଲେ। ୧୬ ଜଣ ସାକ୍ଷୀ ଓ ୧୩ ତଥ୍ୟ ପ୍ରମାଣ ଆଧାରରେ ବିକ୍ରମକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।